ୱାକର୍ସ ଆସୋସିଏସନ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ୭୪ତମ ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରର ଭୀମଟାଙ୍ଗିରେ ଥିବା ଭୀମେଶ୍ୱର ମନ୍ଦିର ପାର୍କ ୱାକର୍ସ ଆସୋସିଏସନ ତରଫରୁ ପାର୍କ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଆସୋସିଏସନର ସଭାପତି ଗୋଲକ ବିହାରୀ ନାୟକ ଜାତୀୟ ପତାକା ଉତ୍ତୋଳନ କରି ଉଦ୍ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଧାରଣ ସମ୍ପାଦକ କାମଦେବ ରଣସିଂହ ଏବଂ କର୍ମକର୍ତ୍ତା ଶିବପ୍ରସାଦ ନାୟକ, ଶହଦେବ ଦାଶ, ନିରଞ୍ଜନ ମିଶ୍ର, ରାଜେନ୍ଦ୍ର ସିଂ, ନରେନ୍ଦ୍ର ବର୍ମା, ମହାଦେବ ଗରାବଡ଼ୁ, ଶ୍ରୀକାନ୍ତ ମହାନ୍ତି, ରାଜକିଶୋର ଦାସ ଏବଂ ଶଶାଙ୍କ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


