୧୫ବର୍ଷ ପରେ ମଧ୍ୟ ମିଳିଲାନି ସହାୟତା;ସରକାର ଓ ପ୍ରଶାସନ ଉପରେ କ୍ଷୁବ୍ଧ ଶହୀଦ ପରିବାର
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶ ପାଇଁ ପ୍ରାଣବଳୀ ଦେଇ ଶହୀଦ ହୋଇଗଲେ ଅନେକ ବୀରପୁତ୍ର । ସରକାରଙ୍କ ପକ୍ଷରୁ ସେମାନଙ୍କ ପରିବାର ସହାୟତା ଯୋଗାଇବାକୁ ମିଳିଲା ଅନେକ ପ୍ରତିଶ୍ରୁତି । କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ମଧ୍ୟ ମିଳିପାରିନି ସହାୟତା । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି, କନ୍ଧମାଳର ଶହୀଦ ସଞ୍ଜୀବଙ୍କ ପରିବାର ।କଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଲଢେଇରେ ଶହୀଦ ହୋଇଥିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଦୀମିରିଖୋଲ ଗ୍ରାମର ସଞ୍ଜୀବ ସାହୁ । ୨୦୦୫ ଅକ୍ଟୋବର ମାସରେ ଶହୀଦ ହୋଇଥିଲେ । ସେ ସମୟରେ ଅନେକ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ ଓ ସରକାର କ୍ଷ ଶହୀଦ ଗାଁକୁ ରାସ୍ତା, ପ୍ରତିମୂର୍ତ୍ତି, ନାମକରଣ, ଫୁଲବାଣୀରେ ପରିବାରକୁ ଜମି, ଗ୍ୟାସ ସଂଯୋଗ ଇତ୍ୟାଦିର ମିଳିଥିଲା ପ୍ରତିଶ୍ରୁତି କିନ୍ତୁ ଏବେବି ଅନେକ ସ୍ବପ୍ନ ଅଧୁରା । ଆଜି ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ବୀର ପୁଅକୁ ଝୁରୁଛନ୍ତି ପରିବାର ଲୋକେ ।


