ୱାଲଟାର ଡିଭିଜନ ଏଡିଆରଏମ ମନୋଜ କୁମାର ସାହୁ ନୂଆ ଡିଆରଏମ ଭାବେ ଦାୟିତ୍ୱ ନେଲେ
ପାରାଲାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ୱାଲଟାର ଡିଭିଜନର ଏଡିଆରଏମ ମନୋଜ କୁମାର ସାହୁ ଡିଭିଜନାଲ ରେଲୱେ ମ୍ୟାନେଜର ଦାୟିତ୍ୱ ଗ୍ରହଣ କରିଥିବା ସୂଚନା ମିଳିଛି. ରେଳ ବିଭାଗ ତରଫରୁ ଏକ ଅଫିସିଆଲ୍ ରିଲିଜ୍ ସୂତ୍ରରୁ ଏହା ପ୍ରକାଶ ପାଇଛି. ମନୋଜ କୁମାର ସାହୁ ବୁର୍ଲା ଭୀର ସୁରେନ୍ଦ୍ର ସାଇ ଟେକ୍ନୋଲୋଜି ୟୁନିଭରସିଟିରୁ ବିଇ / ଇଲେକ୍ଟ୍ରିକାଲରେ ସ୍ନାତକ ହାସଲ କରିଥିଲେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଜିଡିଏଚ ଆରଏମ ଏବଂ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ। ସେ ରେଳବାଇରେ ୨୬ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରଖିଛନ୍ତି ଏବଂ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇ ଓପନ୍ ଲାଇନରେ ଏବଂ ବିଶାଖାପାଟନମରେ ରେଳ ବିକାଶ ନିଗମ ଲିମିଟେଡରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ସିଙ୍ଗାପୁର ଏବଂ ମାଲେସିଆରେ ଆଡଭାନ୍ସ ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ଏବଂ ଅହମ୍ମଦାବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ରେ ଏକ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ ଆଦି ବିଭିନ୍ନ ଉଲ୍ଲେଖନୀୟ ଯୋଗ୍ୟତାର ଅଧିକାରୀ ଥିବା ମନୋଜ ସାହୁ ନୂତନ ଡିଆରଏମ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ଏହି ରେଳ ଡିଭିଜନର ବିକାଶ ଓ ଉନ୍ନତି ମୋର ମୂଳ ଲକ୍ଷ୍ୟ ରହିବ.