ୱେଲଡିଂ ଦୋକାନରୁ ମେସିନ ଚୋରୀ
ଚିକିଟି,(କୁରେଶୁ ସାହୁ): କିଛି ଦିନର ବିରତି ପରେ ଚୋର ଆତଙ୍କ ରାଜ ପୁଣି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ଚିକିଟି ଅଞ୍ଚଳରେ । କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅନ୍ତର୍ଗତ ସୁନ୍ଦରଡା ବ୍ରିଜ ଛକ ଠାରେ ଥିବା ବାଲ୍ମୀକି ସେଠୀଙ୍କ ୱେଲଡିଂ ଦୋକାନରୁ ବୁଧବାର ରାତିରେ ଚୋର କବାଟ ଭାଙ୍ଗି ତିନିଗୋଟି ମିସିନି ଚୋରୀ କରିନେଇଛି । ଏହା ସହିତ ଗୋଟେ ପାନ ଦୋକାନରୁ ୩ ହଜାର ଟଙ୍କା ଚୋରି କରି ନେଇଥିବା ଜଣା ପଡ଼ିଛି । ନୂଆପଡା ଫାଣ୍ଡିଠାରୁ ମାତ୍ର ୫୦ ମିଟର ବ୍ୟବଧାନରେ ରହିଥିବା ଦୋକାନରୁ ଚୋରୀ ହୋଇ ଥିବା ଯୋଗୁଁ ଜନସାଧାରଣଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।