ଫିଲ୍ମ ଫ୍ରାଇଡେ’ରେ ପରଦାକୁ ଆସିଲା ‘ମଲଙ୍ଗ୍‌’

ମୁମ୍ବାଇ : ଭାଲେଣ୍ଟାଇନ୍‌ ଓ୍ବିକ୍‌ର ପ୍ରାରମ୍ଭରେ ଶୁକ୍ରବାର ଭିନ୍ନ ଭିନ୍ନ ଜୋନ୍‌ର ଫିଲ୍ମଗୁଡ଼ିକ ପରଦାକୁ ଆସିଛି । ଆଦିତ୍ୟ ରାୟ କପୁର୍‌, ଦିଶା ପଟ୍ଟାନୀ, କୁନାଲ୍‌ ଖେମୁଙ୍କ ଅଭିନୀତ ଫିଲ୍ମ ‘ମଲଙ୍ଗ୍‌’ ରିଲିଜ୍‌ ହୋଇଥିବାବେଳେ ଏହି ଫିଲ୍ମ ସହ ଅଛି ବିକ୍ରମ୍‌ ଭଟ୍ଟଙ୍କ ନିର୍ଦ୍ଦେଶିତ ’ହ୍ୟାକଡ୍‌’ । ପୂର୍ବରୁ ‘ମଲଙ୍ଗ୍‌’ର ଟ୍ରେଲର୍‌ ଓ ଗୀତ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିସାରିଥିବାବେଳେ ଦିଶା-ଆଦିତ୍ୟଙ୍କ କେମେଷ୍ଟ୍ରିକୁ ଦର୍ଶକେ ବେଶ୍‌ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ସେହିପରି ବିକ୍ରମ୍‌ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହ୍ୟାକଡ୍‌’ର ମୁଖ୍ୟ ଭୂମିକାରେ ଅଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ହିନା ଖାନ୍‌ । ହୀନା ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରୁଛନ୍ତି । ଏହି ଫିଲ୍ମଟି ସାଇକେଲାଜିକାଲ୍‌ ଡ୍ରାମା ଅଟେ । ସେହିପରି ଆଜି ରିଲିଜ୍‌ ହୋଇଥିବା ଅନ୍ୟ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଶିକାରା’ । କାଶ୍ମୀର ପଣ୍ଡିତ୍‌ଙ୍କ ଉପରେ ଆଧାରିତ ଏହି ଫିଲ୍ମଟିକୁ ନିର୍ମାଣ କରିଛନ୍ତି ବିଧୂ ବିନୋଦ ଚୋପ୍ରା । ତେବେ ରିଲିଜ୍‌ ପୂର୍ବରୁ ବିବାଦଥିବା ଏହି ଫିଲ୍ମଟିକୁ ଦର୍ଶକେ କେତେ ସହଜରେ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା । ସେହିପରି ‘ତାନାଶାହା’ ଓ ବିବେକ ଶର୍ମାଙ୍କ ନିର୍ଦ୍ଦେଶିତ ‘ଏ ଗେମ୍‌ କଲ୍ଡ ରିଲେସନସିପ୍‌’ ମଧ୍ୟ ଆଜି ରିଲିଜ୍‌ ହୋଇଛି । ତେବେ ପ୍ରେମ ସପ୍ତାହର ଆରମ୍ଭରେ ‘ମଲଙ୍ଗ୍‌’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି । ପ୍ରେମ, ଧୋକ୍କା, ସସ୍‌ପେନ୍ସକୁ ନେଇ ନିର୍ମିତ ଏହି ଫିଲ୍ମଟି ପ୍ରେମୀ-ପ୍ରେମିକାଙ୍କୁ ବେଶ୍‌ ଆକୃଷ୍ଟ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ