ଘରର ମୂଲ୍ୟ ୩୫.୮ ଅରବ

ଆଜିର ସମୟରେ ଲୋକେ ଘର ତିଆରି କରିବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଆଦୌ ମନ ଊଣା କରୁନାହାନ୍ତି । କରଜ କରି କିମ୍ବା ନିଜ ସଞ୍ଚୟରୁ ବଞ୍ଚାଇ ଲୋକେ ବହୁ ମୂଲ୍ୟ ବିଳାସମୟ ଘର ତିଆରି କରିବା ଯୋଜନା କରୁଛନ୍ତି । ଏପରି ସ୍ଥଳେ ଆମେରିକାର ଲସଆଞ୍ଜେଲସସ୍ଥିତ ବେଲ ଏୟାର ପାହାଡ ଉପରେ ନିର୍ମିତ ଏକ ବିଳାସମୟ ଅଟ୍ଟାଳିକା ୩୫.୮ ଅରବ ମୂଲ୍ୟରେ ବିକ୍ରି ହୋଇଛି । ୧ ଲକ୍ଷ ବର୍ଗ ଫୁଟ ପରିସୀମାରେ ବହୁ ମୂଲ୍ୟ ଘରଟିକୁ ତିଆରି କରାଯାଇଥିବାର ପ୍ରକାଶ । ଆମେରିକାର ସବୁଠାରୁ ନାମୀ ଦାମୀ ଘର ଡିଜାଇନ କରୁଥିବା ନିଲ ନିୟାମି ଏଇ ଘରର ଡିଜାଇନ କରିଛନ୍ତି । ଏହି ବିଳାସମୟ ଅଟ୍ଟାଳିକାର ବିଶେଷତ୍ୱ ହେଲା, ପୂରା ଲସଆଞ୍ଜେଲସର ଦୃଶ୍ୟ ଏଇ ଘରୁ ଦେଖାଯାଇଥାଏ । ଏହା ସହ ପ୍ରଶାନ୍ତ ମହାସାଗରର ସୁନ୍ଦର ଦୃଶ୍ୟ ମଧ୍ୟ ଏହି ଘରୁ ଦୃଶ୍ୟମାନ ହୁଏ । ଘରର ଏକ ସ୍ୱତନ୍ତ୍ର କକ୍ଷରେ କାଚର କାନ୍ଥ ଥିବା ବେଳେ କାନ୍ଥ ସଂଲଗ୍ନ ଆକ୍ୱାରିୟମ କରାଯାଇ ରଙ୍ଗବେରଙ୍ଗର ମାଛମାନ ରଖାଯାଇଛି । ଘରର ପଛ ପାଖରେ ବୃହତ ସୁଇମିଂ ପୁଲ ରହିଛି । ସେଠାରୁ କାଲିଫର୍ଣ୍ଣିଆ ପାହାଡ଼ର ସୁନ୍ଦର ଦୃଶ୍ୟ ଉପଭୋଗ କରିହେବ । ୩୫.୮ ଅରବ ମୂଲ୍ୟରେ ଏହି ଘରକୁ କିଣିବା ନିମନ୍ତେ ଆମେରିକା ଓ ଇଉରୋପର ସଂଖ୍ୟାଧିକ ଧନୀକ ଗୋଷ୍ଠୀ ବାର୍ତ୍ତାଳାପ ଚଳାଇଛନ୍ତି । ଶୀଘ୍ର ଏ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ଘରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଜନୈକ କର୍ମଚାରୀଙ୍କ ମତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ