ଦେବର୍ଷି ନାରଦଦ: ବିଶ୍ୱର ଆଦ୍ୟ ସାମ୍ବାଦିକ

ଗୋଲଖ ଚନ୍ଦ୍ର ଦାସ

‘ନାରଦ’ ଶବ୍ଦରେ ‘ନାର’ର ଅର୍ଥ ହେଉଛି ‘ଜଳ’ ତଥା ‘ଅଜ୍ଞାନତା’ ଏବଂ ‘ଦ’ ର ଅର୍ଥ ହେଉଛି ‘ଦେବା’ ବା ‘ବିନାଶ’ କରିବା । ଅର୍ଥାତ, ଯିଏ ସର୍ବଦା ତର୍ପଣ ମାଧ୍ୟମରେ ପିତୃପୁରୁଷଙ୍କୁ ଜଳ ଯୋଗାଇଥାଏ, ତେଣୁ ତାଙ୍କ ନାମ ନାରଦ । ଦ୍ୱିତୀୟ ଅର୍ଥ ହେଉଛି – ଯିଏ ଅଜ୍ଞତାକୁ ନଷ୍ଟ କରି, ଜ୍ଞାନର ଆଲୋକ ପ୍ରଦାନ କରନ୍ତି ତାଙ୍କୁ ନାରଦ କୁହାଯାଏ । ବୈଶାଖ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥିରେ ନାରଦ ଜନ୍ମ ଗ୍ରହଣ କରିଥିଲେ ବୋଲି ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଯାହାକି ଚଳିତ ବର୍ଷ ୨୦୨୪ ମସିହା ମଇ ୨୪ ତାରିଖ ଶୁକ୍ରବାର ଦିନ ଏହି ତିଥି ପଡୁଅଛି ।
ଭାରତୀୟ ଜ୍ଞାନ ପରମ୍ପରାରେ ବିଭିନ୍ନ ସ୍ଥାନରେ ମହର୍ଷି ନାରଦଙ୍କ ଉଲ୍ଲେଖ କରାଯାଇଛି । ସେ ଭଗବାନ ବ୍ରହ୍ମାଙ୍କ ମାନସପୁତ୍ର, ପ୍ରଭୁ ବିଷ୍ଣୁଙ୍କ ଭକ୍ତ ତଥା ବୃହସ୍ପତିଙ୍କର ଜଣେ ଶିଷ୍ୟ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ସେ ଜଣେ ଜନକଲ୍ୟାଣକାରୀ ଖବରଦାତା ଭାବରେ ମଧ୍ୟ ଜଣାଶୁଣା । କାରଣ ପ୍ରାଚୀନ କାଳରେ ସୂଚନା, ସଂଳାପ ଏବଂ ଯୋଗାଯୋଗ ବ୍ୟବସ୍ଥା ମୁଖ୍ୟତଃ ମୌଖିକ ହିଁ ଥିଲା ଏବଂ ଯେତେବେଳେ ଲୋକମାନେ ମେଳା, ତୀର୍ଥଯାତ୍ରା, ଯଜ୍ଞ ଇତ୍ୟାଦି କାର୍ଯ୍ୟକ୍ରମ ପାଇଁ ଏକତ୍ରିତ ହୋଇଥିଲେ, ସେତେବେଳେ ସୂଚନା ଆଦାନପ୍ରଦାନ କରା ଯାଉଥିଲା ।
ଦେବର୍ଷି ନାରଦଙ୍କ ପାଇଁ ‘ଆଚାର୍ଯ୍ୟ ପିଶୁନଃ’ଙ୍କ ଉଲ୍ଲେଖ କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରେ ଅନେକ ଥର ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ ସଂସ୍କୃତର ଅଭିଧାନରେ ମଧ୍ୟ \’ଆଚାର୍ଯ୍ୟ ପିଶୁନ\’ର ଅର୍ଥ ଦେବର୍ଷି ନାରଦ, ସୂଚନା ପ୍ରଦାନକାରୀ, ସଂଚାରକ, ଯିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖବର ପ୍ରେରଣ କରନ୍ତି ଇତ୍ୟାଦି ଉଲ୍ଲେଖ ଅଛି । ଆଚାର୍ଯ୍ୟର ଅର୍ଥ ଗୁରୁ, ଶିକ୍ଷକ, ଯଜ୍ଞର ମୁଖ୍ୟ ସଂଚାଳକ, ପଣ୍ଡିତ ଇତ୍ୟାଦି ଅଟେ । ଏହି ଦୁଇଟି ଶବ୍ଦର ଅର୍ଥ ହେଉଛି ଜଣେ ପଣ୍ଡିତ କିମ୍ବା ଜ୍ଞାନୀ ବ୍ୟକ୍ତି ଯିଏ ସୂଚନା ଦିଅନ୍ତି । ସଂସ୍କୃତ ସାହିତ୍ୟରେ ଏହି ଅର୍ଥ ମିଳିତ ଭାବରେ ବ୍ୟବହୃତ ହୋଇଥିବା ବ୍ୟକ୍ତି ହେଉଛନ୍ତି ଦେବର୍ଷି ନାରଦ । ଏହିପରି, ସଂସ୍କୃତ ସାହିତ୍ୟରେ ଦେବର୍ଷି ନାରଦଙ୍କ ପାଇଁ ଉଲ୍ଲେଖ କରାଯାଇଥିବା \’ଆଚାର୍ଯ୍ୟ ପିଶୁନଃ\’ରୁ ଏହା ସ୍ପଷ୍ଟ ଯେ ଦେବର୍ଷି ନାରଦ ତିନିଲୋକରେ ସୂଚନା କିମ୍ବା ଖବରଦାତା ଭାବରେ ପ୍ରସିଦ୍ଧ ଥିଲେ ।
ଏହି କ୍ରମରେ, ଅନ୍ୟ ଏକ ସନ୍ଦର୍ଭ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଯାହାକି ଦେବର୍ଷି ନାରଦଙ୍କର ସାମ୍ବାଦିକତା ଆଚରଣକୁ ସ୍ପଷ୍ଟ କରେ । ପୁରାଣ ଅନୁଯାୟୀ, ବ୍ରହ୍ମାଜୀଙ୍କ ନିର୍ଦ୍ଦେଶରେ ତାଙ୍କ ପୁଅ \’ଦକ୍ଷ\’ଙ୍କର ଶହେ ପୁତ୍ର ହୋଇଥିଲା । ଏବଂ ସମସ୍ତ ପୁତ୍ରଙ୍କୁ ସୃଷ୍ଟି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ବ୍ରହ୍ମାଙ୍କ ମାନସପୁତ୍ର ତଥା \’ଦକ୍ଷ\’ଙ୍କ ଭାଇ \’ନାରଦ\’ ସମସ୍ତ ଦକ୍ଷ ପୁତ୍ରମାନଙ୍କୁ ସୃଷ୍ଟିରୁ ଅଲଗା କରି ତପସ୍ୟାରେ ଲଗାଇ ଦେଲେ । \’ଦକ୍ଷ\’ ପୁନର୍ବାର ତାଙ୍କ ପୁଅମାନଙ୍କୁ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଲେ । କିନ୍ତୁ, ନାରଦ ମଧ୍ୟ ପୁନର୍ବାର ଏହି ଦକ୍ଷ ପୁତ୍ରମାନଙ୍କୁ ସୃଷ୍ଟି ପରିବର୍ତେ ତପସ୍ୟାରେ ଲଗାଇଲେ । ଏଥିରେ ରାଗିଯାଇ \’ ଦକ୍ଷ \’ ନାରଦଙ୍କୁ ଅଭିଶାପ ଦେଇଥିଲେ ଯେ ସେ ସର୍ବଦା ଭ୍ରମଣ କରିବେ, ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଗୋଟିଏ ସ୍ଥାନରେ ରହିବେ ନାହିଁ ଏବଂ ଗୋଟିଏ ସ୍ଥାନର ସୂଚନା ଅନ୍ୟ ସ୍ଥାନରେ ପହଁଚାଇବେ । ଦେବର୍ଷି ନାରଦ ଦକ୍ଷଙ୍କର ଏହି ତିନୋଟି ଅଭିଶାପକୁ ଜନହିତ ପାଇଁ ସ୍ୱୀକାର କରିନେଇଥିଲେ ।
ଏହି ପରିପ୍ରେକ୍ଷୀରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ ଯଦିଓ ଦେବର୍ଷି ନାରଦ ନିଜକୁ \’ଦକ୍ଷ\’ଙ୍କ ଅଭିଶାପରୁ ମୁକ୍ତ କରିବାକୁ ସକ୍ଷମ ଥିଲେ, ତଥାପି ସେ ଏହି ଅଭିଶାପକୁ ଲୋକହିତ ପାଇଁ ଗ୍ରହଣ କରିଥିଲେ ଏବଂ ସେହି ଦିନଠାରୁ ସେ ନିରନ୍ତର ଭାବରେ ତିନିଲୋକରେ ଭ୍ରମଣ କରୁଛନ୍ତି । ଅଧିକ ସମୟ ପର୍ଯ୍ୟନ୍ତ ସେ କେଉଁଠାରେ ଅଟକି ନାହାଁନ୍ତି ଏବଂ ଆସୁରିକ ଶକ୍ତି ବିନାଶ କରିବା ସହିତ ସର୍ଜନ ଶକ୍ତି ରକ୍ଷା କରିବା ନିମନ୍ତେ ତିନି ଲୋକର ଖବର ଲୋକହିତ ପାଇଁ ଦେବତାମାନଙ୍କ ନିକଟରେ ପହଁଚାଉଥିଲେ । ସେ ସ୍ୱର୍ଗର ଖବର ମର୍ତ୍‌୍ୟରେ, ମର୍ତ୍ୟର ଖବର ପାତାଳରେ ମଧ୍ୟ ପହଁଚାଉଥିଲେ । ତେଣୁ ସେ ତ୍ରିଲୋକର ସଂବାଦ ସରବରାହର ମାଧ୍ୟମ ଥିଲେ ।
ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦ କେବଳ ଖବର ଆଦାନ ପ୍ରଦାନକାରୀ ବ୍ୟକ୍ତି ନଥିଲେ, ସେ ନାରଦ ପୁରାଣ, ନାରଦ ସ୍ମୃତି, ନାରଦ ଜ୍ୟୋତିଷ ଇତ୍ୟାଦି ପୁସ୍ତକ ରଚନା କରିଥିଲେ । ସେ \’ବୀଣା\’ ନାମକ ଏକ ବାଦ୍ୟଯନ୍ତ୍ର ଉଦ୍ଭାବନ କରିଥିଲେ । ସେ ସଙ୍ଗୀତ କ୍ଷେତ୍ରରେ ଜଣେ ଉତମ ବିଶେଷଜ୍ଞ ଥିଲେ । ନାରଦଙ୍କ ଅନୁଯାୟୀ ସଂଦେଶ ହେଉଛି ବକ୍ତା, ଶ୍ରୋତା ଏବଂ କଥା । ଏହି ସୂତ୍ର ହେଉଛି ସାମ୍ବାଦିକତାର ମୂଳ ବିଷୟ । ସଜ୍ଜନଙ୍କ ସୁରକ୍ଷା ଏବଂ ଦୁଷ୍ଟଙ୍କ ବିନାଶ ହେଉଛି ଆଦ୍ୟ ସାମ୍ବାଦିକ ନାରଦଙ୍କର ସାମ୍ବାଦିକତା । ଆଦ୍ୟ ସାମ୍ବାଦିକ ନାରଦ ସମୁଦ୍ର ମନ୍ଥନରୁ ବିଷ ବାହାରିବା ସୂଚନା ପ୍ରଥମେ ସମୁଦ୍ର ମନ୍ଥନକାରୀଙ୍କୁ ପ୍ରଦାନ କରିଥିଲେ, କିନ୍ତୁ ସେମାନେ ସୂଚନା ପ୍ରତି ଧ୍ୟାନ ନଦେବାରୁ ବିଷ ବ୍ୟାପି ଯାଇଥିଲା । ‘ଦକ୍ଷ\’ଙ୍କ ଯଜ୍ଞ କୁଣ୍ଡରେ ସତୀଙ୍କ ଦେହ ତ୍ୟାଗ ବିଷୟରେ ସୂଚନା ଆଦ୍ୟ ସାମ୍ବାଦିକ ନାରଦ ସର୍ବ ପ୍ରଥମେ ଭଗବାନ ଶିବଙ୍କୁ ପ୍ରଦାନ କରିଥିଲେ । ମହାଭାରତ ଯୁଦ୍ଧ ସମୟରେ ତୀର୍ଥଯାତ୍ରାରେ ଥିବା ବଳରାମଙ୍କୁ ମହାଭାରତ ଯୁଦ୍ଧର ସମାପ୍ତି ବିଷୟରେ ସୂଚନା ନାରଦ ହିଁ ପ୍ରଦାନ କରିଥିଲେ । । କେବଳ ଏତିକି ନୁହେଁ, ଜଣେ ସାମ୍ବାଦିକ ଭାବରେ କାଶୀ, ପ୍ରୟାଗ, ମଥୁରା, ଗୟା, ବଦ୍ରିକାଶ୍ରମ, କେଦାରନାଥ, ରାମେଶ୍ୱରମ୍ ସମେତ ସମସ୍ତ ତୀର୍ଥସ୍ଥାନର ସୀମା ତଥା ମହତ୍ୱର ବର୍ଣନା ନାରଦ ପୁରାଣରେ କରିଛନ୍ତି । ନାରଦ ମଧ୍ୟ ପ୍ରଶ୍ନତୋର ସାମ୍ବାଦିକତାର ଶୁଭାରମ୍ଭ କରିଥିଲେ । ପ୍ରଶ୍ନର ସଠିକ୍ ଉତର ଦେବା ବ୍ୟକ୍ତିଙ୍କ ପାଇଁ ସେ ପୁରସ୍କାରର ପରମ୍ପରା ମଧ୍ୟ ଆରମ୍ଭ କରିଥିଲେ, ଏହା ପୁରାଣରେ ଉଲ୍ଲେଖ କରାଯାଇଛି ।
ମହର୍ଷି ନାରଦଙ୍କୁ ସର୍ବଶ୍ରେଷ୍ଠ ସମ୍ବାଦଦାତା ଭାବେ ବିବେଚନା କରାଯାଏ । ପ୍ରାଚୀନ କାଳରେ ହିଁ, ଗୁପ୍ତଚରମାନଙ୍କ ଦ୍ୱାରା ଖବର ସଂଗ୍ରହ କରାଯାଉଥିଲା । \’ରାମାୟଣ\’ ଏବଂ \’ମହାଭାରତ\’ରେ ଖବର ପ୍ରଦାନକାରୀଙ୍କ ନାମ ଦେଖିବାକୁ ମିଳେ । \’ରାମାୟଣ\’ରେ \’ସୁମୁଖ\’ ଗୁପ୍ତଚର ବେଶରେ ସମାଚାରଗୁଡ଼ିକୁ ରାମଙ୍କୁ ଜଣାଉଥିଲା । ମହାଭାରତ ଅଧ୍ୟୟନରୁ ଜଣାପଡ଼େ ଯେ ସେହି ସମୟରେ ସେଠାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ସମ୍ବାଦଦାତା ଥିଲେ, ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖବର ନେବାଆଣିବା କରୁଥିଲେ । ‘ମହାଭାରତ’ରେ ‘ସଞ୍ଜୟ’ଙ୍କର ଭୂମିକା ମଧ୍ୟ ଜଣେ ସମ୍ବାଦଦାତା ଭାବରେ ଦେଖାଯାଏ । ସଞ୍ଜୟ ଧୂର୍ତ୍ତରାଷ୍ଟ୍ରଙ୍କୁ କୁରୁକ୍ଷେତ୍ରରେ ଚାଲିଥିବା ଯୁଦ୍ଧର ବର୍ଣ୍ଣନା ପ୍ରତ୍ୟକ୍ଷ ଭାବରେ କରୁଥିଲେ , ତାହାକୁ ଆଜିର ଯୁଗରେ ଆମେ କୌଣସି କାର୍ଯ୍ୟକ୍ରମର ସିଧା ପ୍ରସାରଣ ବୋଲି କହୁଛୁ । ପ୍ରାଚୀନ ସାହିତ୍ୟ ଅଧ୍ୟୟନରୁ ଏହା ମଧ୍ୟ ଜଣା ପଡ଼େ ଯେ ‘ଭାଟ’ ଓ ‘ଦୂତ’ ଲୋକମାନେ ମଧ୍ୟ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଉଥିଲା । ମହାନ ସାମ୍ବାଦିକ ନାରଦ ଆଜିର ସାମ୍ବାଦିକମାନଙ୍କ ପାଇଁ ଯେଉଁ ମାନଦଣ୍ଡ ସ୍ଥିର କରିଛନ୍ତି ତାହା ବିଶ୍ଳେଷଣ କରିବା ମଧ୍ୟ ଆବଶ୍ୟକ । ସେ ଥରେ ମାୟାଙ୍କ ଜ୍ଞାନ ପାଇଁ ମହିଳାଙ୍କ ରୂପ ନେଇଥିଲେ । ଏହା ତାଙ୍କର ଅନୁଭାବାତ୍ମକ ସାମ୍ବାଦିକ ଅଭ୍ୟାସର ଏକ ଉତ୍କୃଷ୍ଟ ଉଦାହରଣ ଅଟେ । ସେ ମୃତ୍ୟୁର ଜୀବନୀ ମଧ୍ୟ ଲେଖିଛନ୍ତି, ଯାହା ଦୁନିଆର ଅନ୍ୟ କେଉଁଠାରେ ଉପଲବ୍ଧ ନାହିଁ । କଳିଯୁଗରେ ଭକ୍ତଙ୍କୁ ଦିଆଯାଇଥିବା ବର ର ପରିମାଣସ୍ୱରୂପ ଭକ୍ତଙ୍କ ପ୍ରଚାର ପାଇଁ ଭକ୍ତିସୂତ୍ର ମଧ୍ୟ ଲେଖିଥିଲେ । କଳିଯୁଗରେ ଧର୍ମର ସୁରକ୍ଷା ତଥା ଉତ୍ତମ ଆଚରଣ ପାଇଁ ଶ୍ରୀ ସତ୍ୟନାରାୟଣ କଥା ପାଇଁ ଅନୁପ୍ରାଣିତ କରିଥିଲେ । ‘ମହାଭାରତ’ ପରେ ମହର୍ଷି ବେଦବ୍ୟାସଙ୍କୁ ଶାନ୍ତି ଏବଂ ତୃପ୍ତି ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରକୁ ଗୁଣଗାନ କରିବାକୁ ପ୍ରେରିତ କରିଥିଲେ । ଏହି ପ୍ରେରଣା ଯୋଗୁଁ ମହର୍ଷି ବେଦବ୍ୟାସ \’ଶ୍ରୀମଦ୍ ଭାଗବତ\’ ଲେଖିଥିଲେ । ଏହା ସହିତ ନାରଦ ‘ଇନ୍ଦ୍ରପ୍ରସ୍ଥ’ (ଦିଲ୍ଲୀ)ର ନାମକରଣ ଏବଂ ‘କୁରୁକ୍ଷେତ୍ର\’ର ନାମକରଣ ତଥା ଇତିହାସ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଆଦ୍ୟ ସାମ୍ବାଦିକ ନାରଦ ସୃଷ୍ଟିର ଆରମ୍ଭରେ ହିଁ ସାମ୍ବାଦିକତାକୁ ଉପସ୍ଥାପନ କରିଥିବା ଆଦର୍ଶ ଏବଂ ସ୍ୱରୂପ ଅତୁଳନୀୟ । ପ୍ରଥମ ସାମ୍ବାଦିକ ଭାବରେ ମହର୍ଷି ନାରଦଙ୍କ ଅବଦାନକୁ ଆମେ ସର୍ବଦା ମନେ ରଖିବା ଉଚିତ୍ । ସେ ମାନବିକତାକୁ ବଡ଼ ବିପଦରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିଥିଲେ । ଏକ ସମୟରେ ଯେତେବେଳେ ଅର୍ଜୁନ ଦିବ୍ୟାସ୍ତ୍ର ପରୀକ୍ଷା କରିବାକୁ ଯାଉଥିଲେ, ସେତେବେଳେ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ । ନାରଦ ଅର୍ଜୁନଙ୍କୁ କହିଥିଲେ ଯେ ଦିବ୍ୟାସ୍ତ୍ର ଏକ ପରୀକ୍ଷଣ ଏବଂ ପ୍ରୟୋଗ ପାଇଁ ବସ୍ତୁ ନୁହେଁ । ଆସୁରୀକ ଶକ୍ତିମାନଙ୍କ କବଳରୁ ସୃଷ୍ଟିକୁ ରକ୍ଷା କରିବା ପାଇଁ ଏହାକୁ ବ୍ୟବହାର କରିବା ଉଚିତ୍ । ଏହିପରି ଭାବରେ ଦେବର୍ଷି ନାରଦ ସାମ୍ବାଦିକତାର କର୍ତ୍ତବ୍ୟକୁ ଅଖଣ୍ଡତା ସହିତ ପାଳନ କରିଥିଲେ । ତାଙ୍କର ସାମ୍ବାଦିକତା କାର୍ଯ୍ୟ ଉତ୍କୃଷ୍ଟ ଏବଂ ସର୍ବୋତ୍ତମ ।
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା
ମୋ-୯୮୬୧୦୬୯୫୫୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ