ବରିଷ୍ଠ ନାଗରିକ ସଂଗଠନର ୧୪ତମ ବାର୍ଷିକ ଉତ୍ସବ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ବ୍ଲକ ଶ୍ରୀ ବାଲାଜୀ ଠାକୁର ଅବସର ପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତି ର ଚତୁର୍ଦ୍ଧଶ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି.ସଭାପତି ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ଙ୍କ ସଭାପତିତ୍ୱ ରେ ଦିବଂଗତ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଙ୍କ ସ୍ମୁତି ଚାରଣ କରାଯାଇଛି।ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ଅଧ୍ୟକ୍ଷ ମଣି କାମାକ୍ଷୀ ପ୍ରସାଦ ବ୍ରମହା ଯୋଗ ଦେଇଥିବା ବେଳେ ଜିନ୍ଦଲ ଷ୍ଟିଲ ୱର୍କ୍ସ ର ନିର୍ଦେଶକ ଅଶେଷ କୁମାର ପାଢ଼ୀ,ଜିନ୍ଦଲ କୋଲ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଜେନେରାଲ ମେନେଜର ମୌସୁମୀ ପାଢ଼ୀ ଉପସ୍ଥିତ ରହି ସାମ୍ପ୍ରତିକ ସମାଜ ରେ ବରିଷ୍ଠ ନାଗରିକ ଙ୍କ ଭୂମିକା ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ। ସମିତି 14 ବର୍ଷ ଧରି ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ବୈଠକ ରେ ମତ ପ୍ରକାଶ ପାଇଁ ପ୍ରଶଂସା କରାଯାଇଥିଲା। ଏ ଅବସରରେ ମୌସୁମୀ ଙ୍କୁ ସମିତି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସୁରେନ୍ଦ୍ର ପାଢ଼ୀ, କିଶୋରୀ ପାଢ଼ୀ, ନୀଳମଣି ବେହେରା, ଚିତ୍ରସେନ ସାହୁ, ରାଧାକୃଷ୍ଣ ମହାନ୍ତି,ଜଗନ୍ନାଥ ରାଓ,ପିତାମ୍ବର ଦାସ ପ୍ରମୁଖ ସହଯୋଗ କରିଥିଲେ।


