ବିଷପାନ କରି ବାଳିକା ମୃତ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ସମରଝୋଳ ଗ୍ରାମର ଜୈନିକା ବାଳିକା ବିଷପାନ କରି ଆତ୍ମହତ୍ୟା କରିଛି । ମୃତକ ଜଣକ ହିଂଜିଳି ଥାନା ସମରଝୋଳ ଗ୍ରାମର ସାବିତ୍ରୀ ଦାସ(୧୯) । ସୋମବାର ସନ୍ଧ୍ୟାରେ ବାଳିକା ଜଣକ ଘରେ କେହି ନଥିବାର ସୁଯୋଗ ନେଇ କୌଣସି କାରଣରୁ ବିଷପାନ କରିଥିଲେ । ସନ୍ଧ୍ୟାରେ ପରିବାର ସଦସ୍ୟ ଘରକୁ ଫେରି ଝିଅର ଅବସ୍ଥା ଜାଣିପାରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ବାଳିକାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଂଜିଳି ଥାନା ପୋଲିସ ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରିଛି । ଏ ନେଇ ନଂ- ୧୧/୧୯ରେ ଏକ ଅପମୃତ ମାମଲା ରୁଜୁ କରି ମଙ୍ଗଳବାର ସକାଳେ ଶବ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ