୧୯ ଟି ବେଆଇନ ବାଲି ଓ ପଥର ବୋଝେଇ ଗାଡ଼ିରୁ ୧ଲକ୍ଷ ୬୨ ହଜାର ଟଙ୍କା ଜୋରିମାନା ଆଦାୟ

ହିଂଜିଳିକାଟୁ, ୧୧ା୬ (ଶେଷଦେବ ସାହୁ): ସ୍ଥାନୀୟ ଅଂଚଳ ଦେଇ ପ୍ରବାହିତ ଘୋଡ଼ାହାଡ଼ ଓ ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଓ ବିଭିନ୍ନ ପଥର କ୍ୱାରୀରୁ ବେଆଇନ ପଥର ଚାଲାଣ କରିବା ନେଇ ବହୁ ଟ୍ରାକ୍ଟର ଓ ଟ୍ରକ ମାଲିକ ମାନଙ୍କୁ ମହଙ୍ଗା ପଡ଼ିଛି । ମଙ୍ଗଳବାର ପୁର୍ବାହ୍ନରେ ହିଂଜିଳି ତହସିଲଦାର ଗୋପିନାଥ କୁଅଁରଙ୍କ ନେତୃତ୍ୱରେ ୪ଟି ଟିମ୍ ଭାବନ୍ଧ,ସିଙ୍ଗିପୁର, ବୁରୁପୋଡ଼ା ଓ କଂଚୁରୁ ଛକ ନିକଟରେ ଚଢାଉ କରି ୧୨ ଟି ଟ୍ରକ ଓ ୬ ଟି ବାଲି ଓ ପଥର ବୋଝେଇ ଟ୍ରାକ୍ଟର ଓ ଗୋଟିଏ ହାଇୱକୁ ଜବତ କରି ୧ ଲକ୍ଷ ୬୨ ହଜାର ଟଙ୍କା ଜେରିମାନା ଆଦାୟ କରିଛନ୍ତି । ଜୋରିମାନା ଆଦାୟ ପରେ ସଂପୃକ୍ତ ବାଲି ଓ ପଥର ବୋଝେଇ ଗାଡ଼ି ଗୁଡ଼ିକୁ ଛାଡ଼ି ଦିଆଯାଇଛି । ଚଢାଉରେ ତହସିଲଦାର କୁଅଁରଙ୍କ ସମେତ ବସନ୍ତ ସେଠି, ରାଜସ୍ୱ ନିରୀକ୍ଷକ ସୁନିଲ ମହାରଣା, ବିନୟ ସବର, ସହକାରୀ ରାଜସ୍ୱ ନିରୀକ୍ଷକ ଟିଟୁ ସେଠି, ରଘୁମଣି ବେହେରା, ଡ଼ି. ଗୋପାଳ ରେଡ୍ଡି, ଚନ୍ଦ୍ର ବେହେରା, ଟୁନା ସେଠି, ଦେବାଶିଷ ଜେନା, ଅରବିନ୍ଦ ଦାଶ, ଇନ୍ଦ୍ରମଣି ବେହେରା, ସଂଜୟ ବିଷୋୟୀ, ସଂଜିବ ଦାସ, ସୁପରଭାଇଜର ଏସ. ପୁରୁଷୋତମ ରେଡ୍ଡି ସିମାଂଚଳ ସ୍ୱାଇଁ, ଙ୍କ ସମେତ ହିଂଜିଳି ତହସିଲରେ କାର୍ଯ୍ୟରତ ବହୁ ରାଜସ୍ୱ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଭବିଷ୍ୟତରେ ଚଢାଉ ଜାରୀ ରହିବ ବୋଲି ତହସିଳଦାର କୁଅଁର କହିଛନ୍ତି । ପ୍ରକାଶ ଥାଉକି, ଗତ ମଙ୍ଗଳବାର ଦିନ ମଧ୍ୟ ହିଂଜିଳି ତହସିଲଦାର କୁଅଁରଙ୍କ ନେତୃତ୍ୱରେ ଚଢାଉ କରାଯାଇ ବେଆଇନ ଭାବେ ବାଲି ଚାଲାଣ କରୁଥିବା ୧୦ ଟି ଗାଡ଼ିକୁ ଜବତ କରାଯାଇ ୧ ଲକ୍ଷ ୬୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ସ୍ଥାନୀୟ ଅଂଚଳରେ ବାରମ୍ବାର ଚଢାଉ କରାଯିବା ପରେ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ