୨ ଚୋରା ବାଲି ବୋଝେଇ ଟ୍ରାକ୍ଟର, ଗୋଟିଏ ହାଇୱା ଜବତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଞ୍ଚଳରେ ବେଆଇନ ଖଣି ଓ ପରିବହନ କାର୍ଯ୍ୟକଳାପ ବିରୁଦ୍ଧରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପରିପେକ୍ଷୀରେ ଗୁରବାର ବେଆଇନ ବାଲି ପରିବହନ କରୁଥିବା ନେଇ ପୋଲିସ ପକ୍ଷରୁ ଦୁଇଟି ଚୋରା ବାଲି ବୋଝେଇ ଟ୍ରାକ୍ଟର ଓ ଗୋଟିଏ ହାଇୱା ଟ୍ରକକୁ ଜବତ କରାଯାଇଥିବା ଜଣାଯାଇଛି । ଏନେଇ ଥାନାରେ କେସ ନଂ-୧୦୨/୨୬ ଓ ୧୦୩/୨୬ ମୂଳେ ଦୁଇଟି ମାମଲା ରୁଜ୍ଜୁ ହୋଇଛି । ତେବେ ଆଗାମୀ ଦିନରେ ବେଆଇନ ଖଣି ଓ ପରିବହନ କାର୍ଯ୍ୟକଳାପ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଅଭିଯାନ ଜାରି ରହିବ ବୋଲି ଥାନାଧିକାରୀ ସୁପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ