24ତାରିଖରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ

ପୁରୀ,(ୱାଏନଏସ):ତେବେ ଏହା ପୁର୍ବରୁ ପ୍ରସ୍ତୁତି ଆରମ୍ଭ କରିଚି ଶ୍ରୀ ମନ୍ଦିର ପ୍ରଶାସନ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶ୍ରୀ ମନ୍ଦିରରେ ଯେଭଳି ଶୃଙ୍ଖଳିତ ନିତିକାନ୍ତି ହୋଇ ପାରିବ ସେ ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ଶ୍ରୀ ମନ୍ଦିର ଛତିଶା ନିଯୋଗର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମନ୍ଦିର ମୂଖ୍ୟ ପ୍ରଶାସକ ଅବବିନ୍ଦ ପାଢ଼ୀ କହିଛନ୍ତି, ଆଗାମୀ ଗୁରୁବାର 24 ତାରିଖ ଦିନ ରାଷ୍ଟ୍ରପତି ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥି ପାଇଁ 23 ଓ 24 ତାରିଖ ରେ ସ୍ଵତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। 23 ତାରିଖ ରାତ୍ର 11 ଟା ରେ ପହୁଡ଼ ନିତୀ ହେବ।24 ତାରିଖ ଭୋର୍ 3 ଟାରୁ ଦ୍ଵାର ଫିଟା ନୀତି ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ତେବେ ରାଷ୍ଟ୍ରପତି ଦିନ 12 ଟାରୁ 12 ଟା 30 ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥି ପାଇଁ ଦିନ 11 ଟାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ ସମୟ ରେ କେବଳ ପାଳିଆ ସେବାୟତ ଓ କୌଳିକ ପଣ୍ଡା ରହିବେ। ଅନ୍ୟ କୌଣସି ସେବାୟତଙ୍କୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। ଯେଉଁ ମାନଙ୍କୁ ପାସ୍ ଦିଆଯିବ ପୁରୀ ଜିଲାପାଳ ଓ ଏସପି ତାହାକୁ ପ୍ରଦାନ କରିବେ। ରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ପରେ ଅନ୍ୟାନ୍ୟ ନିତୀ ଅନୁଷ୍ଠିତ ହେବା ସହ ଭକ୍ତଙ୍କ ଦର୍ଶନ ଆରମ୍ଭ ହେବ। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟି ରେ ରଖାଯାଇ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ପୁରୀ ଜିଲାପାଳ ଓ ଏସପିଙ୍କୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ