ସମ୍ଭାବ୍ୟ ବାତ୍ୟା ଅକାବନ ମୁକାବିଲା ଯୋଗୁଁ ଜିଲ୍ଲାର ୧୨ ବ୍ଲକକୁ ପଠାଗଲା ୨୫ ଟି ଘରୋଇ ଡ଼ଙ୍ଗା

ଛତ୍ରପୁର,(ସନ୍ତୋଷ କୁମାର ବିଷୋଇ): ସମ୍ଭାବ୍ୟ ବାତ୍ୟା ଆକାଭନ ର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି l ଜିଲ୍ଲାର କୌଣସି ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଲେ ଏବଂ ଜଳବନ୍ଦୀ ଅବସ୍ଥା ଦେଖାଗଲେ ଲୋକଙ୍କୁ ତୁରନ୍ତ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ରେ ସହଯୋଗ ପାଇଁ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମରୁ ପ୍ରାୟ ୨୫ ଟି ଡ଼ଙ୍ଗା ଜିଲ୍ଲାର ୧୨ ଟି ବ୍ଲକକୁ ପହଞ୍ଚାଯାଇଛି l ପୁରୁଣାବନ୍ଧ ଗ୍ରାମର ମତ୍ସଯିବି ଙ୍କ ୨୫ ଟି ବୋଟ କୁ ଗାଡି ଯୋଗେ ଜିଲ୍ଲାର ଆସିକା, ଭଞ୍ଜନଗର, ସାନଖେମୁଣ୍ଡି, ଧରାକୋଟ, ବେଲଗୁଣ୍ଠା, ପାତ୍ରପୁର, ପୁରୁଷୋତ୍ତମପୁର, ଶେରଗଡ, ଚିକିଟି, ଗଞ୍ଜାମ, ହିଞ୍ଜିଳିକାଟୁ ଓ ସୋରଡ଼ା ବ୍ଲକ କାର୍ଯ୍ୟାଳୟ କୁ ପହଞ୍ଚାଯାଇଛି l ହାଇଡ୍ରା ଯୋଗେ ସେଗୁଡିକୁ ଉଠାଇ ବ୍ଲକ କାର୍ଯ୍ୟାଳୟ କୁ ପଠାଯାଇଛି l ଜିଲ୍ଲାରେ ନିୟୋଜିତ ହୋଇଥିବା ଓଡ୍ରାଫ, ଏନଡ଼ିଆରଏଫ ଓ ଅଗ୍ନିଶ୍ରମ ବିଭାଗରେ ଯେତିକି ଡ଼ଙ୍ଗା ରହିଛି ତାହା ସହିତ ଏହି ଡ଼ଙ୍ଗା ସବୁ କାମରେ ସହଯୋଗ ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ