ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଲୋକଙ୍କୁ ସ୍ଥାନନ୍ତର କରାଯାଉଛି
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ସମ୍ଭାବ୍ୟ ବାତ୍ୟା ର ମୁକାବିଲା କରିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି, ଏନେଇ ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ଉପକୂଳ ରେ କଚ୍ଚା ଘରେ ବସ ଵାସ କରୁଥିବା ଲୋକ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ କରାଯାଉଛି ସ୍ଥାନନ୍ତର, ନିକଟସ୍ଥ ଆଶ୍ରୟ ସ୍ଥଳି ରେ ସେମାନଂକୁ ଆଶ୍ରୟ ଦିଆଯିବ, ନିଜେ ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା, ବିଡ଼ିଓ, ପୋଲିସ ଫୋର୍ସ ଉପସ୍ଥିତିରେ ସ୍ଥାନାନ୍ତର କରାଯାଇଛି, ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜୀତ ସାହୁ, ଚମାଖଣ୍ଡି ଥାନାଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ, ପରେ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା, ସମସ୍ତେ ପ୍ରଶାସନ କୁ ସହଯୋଗ କରିବାକୁ ଗ୍ରାମବାସୀ ଙ୍କୁ ଆନୁରୋଧ କରାଯାଇଥିଲା, ଆଶ୍ରୟ ସ୍ଥଳିରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି.


