କଲ୍ୟାଣସିଂହପୁର ବ୍ଲକରେ ୨୮୭ଜଣ ଛାତ୍ରଛାତ୍ରୀ ଦେଲେ ନବୋଦୟ ପରୀକ୍ଷା

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଦୁଇଟି କେନ୍ଦ୍ରରେ ୨୮୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି ।ଜବାହାର ନବୋଦୟ ବିଦ୍ୟାଳୟ ପକ୍ଷରୁ  କଲ୍ୟାଣସିଂହପୁର ଓ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ  ନବୋଦୟ ପରୀକ୍ଷା ଅନୁଷ୍ଠିତ ହୋଇଛି । କଲ୍ୟାଣସିଂହପୁର  ପରୀକ୍ଷା କେନ୍ଦ୍ରକୁ ୨୪୦ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୧୫୩ଜଣ ପରୀକ୍ଷା ଦେଇଛନ୍ତି ।ବଳକା ୮୭ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ ।ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦଳେଇ  ସୁପରିଟେଣ୍ଟ ଭାବରେ ରହିଥିବା ବେଳେ ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ ।ସେହିପରି ଶିକରପାଇ ପରୀକ୍ଷା କେନ୍ଦ୍ରରେ ୨୦୪ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୧୩୪ଜଣ ପରୀକ୍ଷା ଦେଇଛନ୍ତି ।ବଳକା ୭୦ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ ।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି  ସୁପରିଟେଣ୍ଟ ଭାବେ ରହି ଥିବା ବେଳେ ଅନ୍ୟ ଶିକ୍ଷକ ସହଯୋଗ କରିଥିଲେ । ଏହି ଦୁଇ ପରୀକ୍ଷ କେନ୍ଦ୍ରକୁ ଅତିତିକ୍ତ  ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ ଅବଜର୍ବ ଭାବେ ରହିଥିଲେ ।ନବୋଦୟ ବିଦ୍ୟାଳୟ ର ବିଭାଗୀୟ ସିଏଲଓ  ଆଲୋକ  ଶିକରପାଇ ରେ ଓ ଏନ ଗୋପାଳ ପାତ୍ର  କଲ୍ୟାଣସିଂହପୁର ପାଇଁ ପରିଦର୍ଶିକା ଭାବେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ