ରଜ ମହୋତ୍ସବର ୨ୟ ସନ୍ଧ୍ୟା: ସଂସ୍କୃତି ପରମ୍ପରାକୁ ବଜାୟୀ ରଖିଛି ରଜ ମହୋତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ କପାଳୀକ୍ଷେତ୍ର ନିମାପଡା ଠାରେ ଶ୍ରୀ ଜଗନ୍ନାଥ ରଜ ମହୋତ୍ସବ କମିଟି ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ୧୦ମ ବାର୍ଷିକ ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବର ୨ୟ ସନ୍ଧ୍ୟାରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଡ.ଶୁଭେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଯୋଗ ଦେଇ ସଂସ୍କୃତି, ପରମ୍ପରାକୁ ରଜ ମହୋତ୍ସବ ବଜାୟୀ ରଖିଛି ବୋଲି କହିଥିଲେ । ଏ ଅଞ୍ଚଳର ଯୁବପିଢି ମାନଙ୍କର ପ୍ରତିଭାକୁ ଆଗକୁ ଆଣିବାରେ ମହୋତ୍ସବ କମିଟିର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ଚପଳା ଜେନା, ପୂର୍ବତନ ସରପଞ୍ଚ ବିଜୟ କୁମାର ବିଶ୍ୱାଳ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଅଜୟ କୁମାର ପୃଷ୍ଟି ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ, କମିଟିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ବିବରଣୀ ପାଠ, କମିଟିର ଉପଦେଷ୍ଟା ସୂର୍ଯ୍ୟମଣି ରାଉଳ ଉଦ୍ଦେଶ୍ୟ ଜ୍ଞାପନ, ଶ୍ୟାମ ସୁନ୍ଦର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରିଥିଲେ । ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ପରେ ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ ପରିବେଶବିତ୍ ଗୋବିନ୍ଦ ଚନ୍ଦ୍ର ପୃଷ୍ଟି ଓ ତାଙ୍କ ଧର୍ମପତ୍ନୀ ଶକୁନ୍ତଳା ପୃଷ୍ଟିଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କେନ୍ଦ୍ରାପଡାସ୍ଥିତ ବଜ୍ର ମହାକାଳୀ ଡ୍ୟାନ୍ସ ଗ୍ରୁପ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲ । ୧ମ ପର୍ଯ୍ୟାୟରେ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମାଙ୍କ ସଭାପତିତ୍ୱରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦ରୁ ଅଧିକ କବି ଓ କବୟିତ୍ରୀ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ଉପଦେଷ୍ଟା ଗଣେଶ ପ୍ରସାଦ କରଶର୍ମା, ସୂର୍ଯ୍ୟମଣି ବିଶ୍ୱାଳ, ନାରାୟଣ ଚନ୍ଦ୍ର ସାମଲ, ଉପ ସଭାପତି ହୃଷିକେଶ ମିଶ୍ର, କୋଷାଧ୍ୟକ୍ଷ ସନାତନ ସେଠୀ, ପତଞ୍ଜଳୀ କରଶର୍ମା, ଶ୍ରୀନିବାସ ବିଶ୍ୱାଳ, ଆଶିଷ ସାହୁ, ଚନ୍ଦ୍ରକାନ୍ତ ବିଶ୍ୱାଳ, ଅର୍ଜ୍ଜୁନ ଚରଣ ବାରିକ, ଶରତ କୁମାର ରାଉଳ, ପ୍ରଦୀପ ବିଶ୍ୱାଳ, ପୂର୍ଣ୍ଣ ଚନ୍ଦ୍ର ବାରିକ, ଗଣନାଥ ବିଶ୍ୱାଳ, ମନୋଜ ବାରିକ, ଉଦୟନାଥ ଜେନା, ସୌମ୍ୟ ରଞ୍ଜନ ବାରିକ, ଦାଶରଥି ଜେନା, ରମାକାନ୍ତ ଜେନାଙ୍କ ସମତେ ଅନ୍ୟ ମାନେ ସହଯୋଗ କରିଥିଲେ ।