31 ଜାନୁଆରୀ 2021 କୁ ଜାତୀୟ ପୋଲିଓ ଟୀକା ଦାନ ଦିବସ ପାଳନ ପାଇଁ ପୁନଃ ତାରିଖ ଧାର୍ଯ୍ୟ
ନୂଆଦିଲ୍ଲୀ : ଜାନୁଆରୀ 16, 2021 ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶ ବ୍ୟାପି ବୃହତ୍ ଟୀକାଦାନ ଅଭିଯାନ କୋଭିଡ-19 ଟିକାକରଣ ର ଶୁଭାରମ୍ଭ କରିବେ।ଏହା ହେଉଛି ବିଶ୍ୱର ସର୍ବବୃହତ୍ ଟୀକା ଦାନ କାର୍ଯ୍ୟକ୍ରମ ।ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତ ର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହିତ ପରାମର୍ଶ କରି ପୋଲିଓ ଟୀକାଦାନ ଦିବସ ବା ଜାତୀୟ ଟୀକାଦାନ ଦିବସ (ଏନ୍ଆଇଡି) ର ତାରିଖ ଜାନୁଆରୀ 31 (ରବିବାର) କୁ ଧାର୍ଯ୍ୟ ହୋଇଛି। ମାନ୍ୟବର ରାଷ୍ଟ୍ରପତି 30 ଜାନୁଆରୀ 2021 (ଶନିବାର) ଦିନ ସକାଳ 11.45 ରେ ରାଷ୍ଟ୍ରପତି ଭବନରେ କିଛି ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇ ଜାତୀୟ ପୋଲିଓ ଟିକା ଦାନ ଦିବସକୁ ଉନ୍ମୋଚନ କରିବେ। କୋଭିଡ ପରିଚାଳନା ଏବଂ ଟୀକା କରଣ ସେବା ତଥା ଅଣ-କୋଭିଡ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପରସ୍ପର ଉପରେ ପ୍ରତିକୂଳ ପ୍ରଭାବ ନପକାଇ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ର୍ନିଦ୍ଦିଷ୍ଟ ନୀତି ଅନୁଯାୟୀ ଏହି ନିଷ୍ପତ୍ ତିନିଆଯାଇଛି ।