ଆସିକାରେ ୩୫ ଶିଶୁସେବିକା ୫ ମାସ ହେଲା ଦରମାରୁ ବଞ୍ଚିତ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ୩୫ଟି ବିଦ୍ୟାଳୟରେ ନିଯୁକ୍ତି ପାଇ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସୁଥିବା ୩୫ ଜଣ ଶିଶୁସେବିକା ଗତ ଏପ୍ରିଲ ମାସ ଠାରୁ ଅଗଷ୍ଟ ମାସ ସୁଦ୍ଧା ଦୀର୍ଘ ୫ ମାସର ଦରମା ପାଇବାରୁ ବଞ୍ଚିତ ହୋଇଆସୁଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ସରକାରୀ ବିଦ୍ୟାଳୟ ଗୁଡିକରେ ଗତ ୨୦୨୫ ମସିହା ଏପ୍ରିଲ ମାସ ୨ ତାରିଖରେ ଶିକ୍ଷାବର୍ଷ ଆରମ୍ଭରେ ଶିଶୁବାଟିକା ଶ୍ରେଣୀ ଆରମ୍ଭ ହୋଇସାରିଛି । ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଗ୍ୟ ବିବେଚିତ ସରକାରୀ ବିଦ୍ୟାଳୟ ଗୁଡିକରେ ଶିଶୁସେବିିକାଙ୍କୁ ନିଯୁକ୍ତି ବି କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ୩୫ଟି ଯୋଗ୍ୟ ବିବେଚିତ ସରକାରୀ ଶିକ୍ଷାନୁଷ୍ଠାନରେ ୩୫ ଜଣ ଶିଶୁସେବିକାଙ୍କୁ ଗତ କିଛି ମାସ ତଳେ ନିଯୁକ୍ତି କରାଯାଇଛି । ତେବେ ଗତ ଏପ୍ରିଲ ମାସ ଠାରୁ ବିଭିନ୍ନ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ୩୫ ଜଣ ଶିଶୁସେବିିକା ମାସିକ ପାରିଶ୍ରମିକ ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି । ଶିଶୁସେବିକାମାନେ ନିଜ ନିଜ ବିଦ୍ୟାଳୟକୁ ଆସି ଶିଶୁବାଟିକାରେ ପଢୁଥିବା ପିଲାଙ୍କ ଯତ୍ନ ନେବା ସହ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରୁଥିବା ଦେଖିବାକୁ ମିଳୁଛି । ମାସକୁ ମାତ୍ର ୩ ହଜାର ଟଙ୍କା ଦରମାରେ ନିଯୁକ୍ତି ପାଇଥିବା ଶିଶୁସେବିକାମାନେ ତେବେ ସେମାନଙ୍କର ବକେୟା ଦରମା ପାଇବେ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୨୦୨୫ ମସିହା ଏପ୍ରିଲ ମାସ ୨ ତାରିଖରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ସରକାରୀ ବିଦ୍ୟାଳୟ ଗୁଡିକରେ ଶିଶୁବାଟିକା ଶ୍ରେଣୀ ଖୋଲାଯାଇଥିଲା । ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଗୁଡିକରେ ଶିଶୁସେବିକା ନିଯୁକ୍ତି ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମାର୍ଗଦର୍ଶିକା ଅନୁଯାୟୀ ଶିଶୁସେବିକାମାନଙ୍କୁ ନିଯୁକ୍ତି ବି ଦିଆଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୩୫ଟି ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ୩୫ ଜଣ ଶିଶୁସେବିକା ଗତ ଏପ୍ରିଲ ମାସ ଠାରୁ ଅଗଷ୍ଟ ମାସ ଶେଷ ସୁଦ୍ଧା ଦୀର୍ଘ ୫ ମାସର ଦରମା ନ ପାଇ ନାନା ସମସ୍ୟାର ସମ୍ମୁଖୀନ ହୋଇ କାଳାତିପାତ କରୁଥିବା ଅଭିଯୋଗ ହେଉଛି । ଶିକ୍ଷାବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଶିଶୁସେବିକାମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ଆସିକା ପୌର ପରିଷଦ ଅଧୀନସ୍ଥ ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ତଥା ଶିକ୍ଷାବିତ୍‍ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ