ପାରଳା ସରସ୍ବତୀ ଶିଶୁ ମନ୍ଦିରର ୩୬ ତମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):  ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ସୁବାସ ଚନ୍ଦ୍ର ଜମାଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଗଜପତିର ଭାରପ୍ରାପ୍ତ ଜିଲ୍ଲାପାଳ ,  ମୁନୀନ୍ଦ୍ର ହୋନନାଗା ଓ.ଏ.ଏସ୍(ଏସ୍) ଯୋଗ ଦେଇ ସାବିତ୍ରୀ ବାଇ ଫୁଲେ ମହିଳା ମାନଙ୍କୁ କିପରି ଶିକ୍ଷିତ କରାଇପାରିଥିଲେ,ଏହାର ଉଦାହରଣ ଦେଇ ଶିକ୍ଷାରେ ନିହିତ ଶକ୍ତି ସମ୍ବନ୍ଧରେ ନିଜ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଗଜପତି କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଂ. ମନୋଜ କୁମାର ଚୌଧୁରୀ ବୈକଳ୍ପିକ ଶିକ୍ଷା ମାଧ୍ୟମରେ ସମାଜରେ  ଶିଶୁ ମନ୍ଦିର ଯୋଜନାର ଭୂମିକା ବିଷୟରେ ଆଲୋକପାତ କରିଥିଲେ।ସଭାପତି ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ପ୍ରତି ପରିବର୍ତ୍ତିତ ସମୟ ସହ ତାଳ ଦେଇ ଶିକ୍ଷା ମାଧ୍ୟମରେ ସଶକ୍ତ ହେବା ପାଇଁ ପରାମର୍ଶ ଦେଈଥିଲେ। ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ  ସଂପାଦକ ଚନ୍ଦ୍ରଶେଖରଙ୍କ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ ସହିତ ଅତିଥି ମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ସହ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀଙ୍କ ସଂଯୋଜନାରେ ପୁରସ୍କାର ହୋଇଥିବା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ  ଗତ ୨୦୨୪-୨୫ ଶିକ୍ଷାବର୍ଷରେ  ଅନୁଷ୍ଠାନର ମାଟ୍ରିକ  ଟପ୍ପର  ସୁଶ୍ରୀ ପ୍ରଜ୍ୟୋତି ଚୌଧୁରୀଙ୍କୁ ଓ ଅଙ୍କିତା ପାଢ଼ୀ ଦ୍ବୟଙ୍କୁ ଭାରତୀ ସାହୁ ସ୍ମୁତି ସମ୍ମାନ,ପ୍ରମିଳା ଚୌଧୁରୀ ସ୍ମୂତି ସମ୍ମାନ,ଡ:ଭରତ ପଣ୍ଡା ସ୍ମୃତି ସମ୍ମାନ,ଆଚାର୍ଯ୍ୟ ଦୁର୍ଗା ପ୍ରସାଦ ସାହୁଙ୍କ ପୁରସ୍କାର ଓ ମାନପତ୍ର ଦେଇ  ସମ୍ବର୍ଦ୍ଧିତ କରାଯାଇଥିଲା।ଏଇ ଅବସରରେ ଅନୁଷ୍ଠାନର ଶୈକ୍ଷିକ,ବିଜ୍ଞାନ ଓ କ୍ରୀଡ଼ା କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ସଭା ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଜ୍ଞାପନ କରିଥିଲେ । ସଭାକାର୍ଯ୍ୟ ପରେ ପ୍ରାୟ ୩୫୦ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାଶ୍ମୀରର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ କେନ୍ଦ୍ରକରି ଭାବସ୍ପର୍ଶୀ କ୍ଷୁଦ୍ରନାଟିକା “ଅପେରେସନ୍ ସିନ୍ଦୁର୍” ମଞ୍ଚସ୍ଥ ହୋଇଥିଲା।ପରିଚାଳନା ସମିତି ଓ ଉପଦେଷ୍ଟା ମଣ୍ଡଳିର ସମସ୍ତ ସଦସ୍ୟ ସଦସ୍ୟା ତଥା ଅନୁଷ୍ଠାନର ଆଚାର୍ଯ୍ୟ ଆଚାର୍ଯ୍ୟା ପୂର୍ବ ଛାତ୍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗରେ କାର୍ଯ୍ଯକ୍ରମ ସଫଳ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ