ଗ୍ୟାସ ନେବା ବେଳେ ଭରା ନଈର ପାର ହେଉଥିବା ବେଳେ ବୁଡି ଯିବାବେଳେ ଉଦ୍ଧାର
ମୋହନା, (ଅଂଶୁମାନ ପଣ୍ଡା) : ମୋହନା ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ହରଭଙ୍ଗି ନଦୀ ଜଳ ବୃଦ୍ଧି ପାଇ ଗତକାଲି ନଦୀରେ ଥିବା ଅସ୍ଥାୟୀ ପୋଲ ଭାସି ଯିବା ପରେ ୪ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏଭଳି ସ୍ଥିତିରେ ଗୁଣ୍ଡିରିଗୁଡା ଗାଁର ଏଲିଆଜର ରଇତଙ୍କ ଘରେ ଗ୍ୟାସ ସରି ଯିବାରୁ ମୋହନାରୁ ଗ୍ୟାସ ସିଲିଣ୍ଡର ମୁଣ୍ଡରେ ବୋହି ଭରା ନଈ ପାର ହୋଇ ଘରକୁ ଫେରୁ ଥିବା ବେଳେ ନଦୀର ପ୍ରଖର ସ୍ରୋତରେ ବୁଡି ଯାଇଥିଲେ । ହଠାତ ତାଙ୍କ ସାଙ୍ଗରେ ଥିବା ଜଣେ ବ୍ୟକ୍ତି ତାକୁ ହାତ ଧରି ନଦୀ ପାର ପାଇଁ ସାହାଯ୍ୟ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ସେପଟ ନଦୀ ଆରପାରିରେ ଥିବା ଗ୍ରାମକୁ ପ୍ରଶାସନ ପକ୍ଷରୁ କେହି ପହଞ୍ଚି ନାନ୍ତି
ସେଇ ପରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗଜପତି ଜିଲ୍ଲା ମୋହନା ଥାନା ପଥରଗଡ଼ ଗାଁରେ ଏକ ବିରାଟ ତେନ୍ତୁଳି ଗଛ ଉପୁଡି ଘର ଉପରେ ପଡିବାରୁ କୁରିଙ୍ଗା କାର୍ଜି ଓ ଗଣେଶ କାର୍ଜିଙ୍କ ଘର ଭାଙ୍ଗି ଯାଇଛି । ଖବର ପାଇ ମୋହନା ଅଗ୍ନିଶ୍ରମ ବାହିନୀ ଗାଁରେ ପହଞ୍ଚି ଗଛ କାଟି ହଟାଇଥିବା ବେଳେ ଘର ଭାଙ୍ଗି ଯାଇ ଥିବା ଦୁଇ କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ଦାବି କରିଛନ୍ତି । ଅନେକ ସାମଗ୍ରୀ ନଷ୍ଟ ହୋଇଛ ପାରଳାଖେମଣ୍ଡି ଓ ମୋହନା, ବ୍ରହ୍ମପୁରୁ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ମହିନ୍ଦ୍ରଗଡ଼ ନିକଟରେ ଥିବା ପୋଲ ତଳେ ମଧ୍ଯ ପାଣି ବଢିବାରେ ଲାଗିଛି ରାତ୍ର ବର୍ଷା ଲାଗି ରହିଲେ ପୋଲ ଉପରେ ପାଣି ଯିବାର ସମ୍ଭାବନା ରହିଛି ଯାହା ଦ୍ୱାରା ଯାତାୟାତ ବାଧା ସୃଷ୍ଟି ହବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ହରଭଙ୍ଗି ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳ ଭଣ୍ଡାର ମଧ୍ୟକୁ ୧୧୧ କ୍ୱିମେକ ବନ୍ୟା ଜଳ ପ୍ରବେଶ କରୁଥିବା ବନ୍ୟା ଜଳ ନିଷ୍କାସନ ପାଇଁ ହରଭଙ୍ଗି ଡ୍ୟାମରେ ଥିବା ୮ ଗୋଟି ଗେଟ ମଧ୍ୟରୁ ଦୁଇ ଗୋଟି ଗେଟ ଖୋଲା ଯାଇଛି। ଗେଟ ମଧ୍ୟ ଦେଇ ୨୦୭ କ୍ୱିମେକ ବନ୍ୟା ଜଳ ନିଷ୍କାସନ ହେଉଛି । ନଦୀ କୁଳିଆ ଅଞ୍ଚଳରେ ଥିବା ୧୦ ଖଣ୍ଡ ଗ୍ରାମବାସୀଙ୍କୁ ନଦୀ ଗର୍ଭକୁ ନ ଯିବାକୁ ସଚେତନ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ସଜାଗ ରହିଛନ୍ତି ।