ଗଜପତିରେ ୬ଶହ ଆଶାକର୍ମୀଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସମସ୍ତ ୬ ଶହ ଆଶାକର୍ମୀ ଆଜି ଠାରୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନା ପରିସରରେ ଅନିଧର୍ଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି. ଗଜପତି ଜିଲ୍ଲା ଆଶାକର୍ମୀ ସଂଘର ସଭାନେତ୍ରୀ ସମୀକ୍ଷା ଗମାଙ୍ଗ, ସମ୍ପାଦିକା ବିଷ୍ଣୁ ବିହାରୀ, ଉପଦେଷ୍ଟା ସୁଜିତ ନାୟକ ପ୍ରମୁଖ କହିଛନ୍ତିଯେ-୬ ଦଫା ଦାବି ନେଇ ରାଜ୍ୟ ସଂଘର ଆହ୍ୱାନ କ୍ରମେ ଏହି ଆନ୍ଦୋଳନ ପ୍ରଥମେ ଭାବନେଶଶ୍ୱେର ଠାରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା. ଆଜି ଠାରୁ ସମସ୍ତ ଜିଲ୍ଲାରେ ଆଶା କର୍ମୀଙ୍କୁ ସ୍ଥାୟୀ ସରକାରୀ ମାନ୍ୟତା, ଯୋଗ୍ୟତା ଥିବା କର୍ମୀଙ୍କୁ ଏନଏଏମ ଭାବେ ନିଯୁକ୍ତି ଦେଵା ଆଦି ୬ ଦାବି ନେଇ ଅନିଧଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି. ଗଜପତି ଜିଲ୍ଲାରେ ଥିବା ସମସ୍ତ  ୬ଶହ ଆଶାକର୍ମୀ ପାରଳାଖେମୁଣ୍ଡି ଠାରେ ଥିବା ମୁଖ୍ୟ ଡାକ୍ତରଖାନା ପରିସରରେ ଧାରଣା ଦିଆଯାଇ ଆନ୍ଦୋଳନ ଆରମ୍ଭ କରାଯାଇଛି. ୬ ଦଫା ଦାବି ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦାବି ହାସଲ ପର୍ଯ୍ୟନ୍ତ ଅନିଧଷ୍ଟ କାଳ ପାଇଁ ଚାଲୁ ରହିବ ବୋଲି ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ