ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ଦ୍ବାରା ଆଧ୍ୟାତ୍ମିକ ପ୍ରବଚନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଜଗଦଗୁରୁ ଶ୍ରୀ କୃପାଳ ଜୀ ମହାରାଜଙ୍କ ପଟ୍ଟଶିଷ୍ଯ ପ୍ରଚାରକ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ଦ୍ବାରା ମଙ୍ଗଳବାର ଦିନ ଦିବ୍ୟ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ବାମୀ ମୁକୁନ୍ଦାନନ୍ଦ ସତସଙ୍ଗରେ ପ୍ରବଚନ ଦେଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସଂପର୍କର ଯୋଡ଼ି ଉପରେ ଗୁରୁଙ୍କର ଆବଶ୍ୟକତା ଅଛି । ଗୁରୁ ଭକ୍ତଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଓ ଭଗବତ ଗୀତା ଉପରେ ଆଲୋକପାତ କରିଥିଲେ ।ଗୁରୁ ଦର୍ଶନ,ଗୁରୁବାଣୀ, ସତସଙ୍ଗ,ସତକର୍ମ କଲେ ଭକ୍ତ ସତ୍ୟ ଓ ଶାନ୍ତିରେ ରହିବେ । ଆତ୍ମା ଓ ପରମାତ୍ମା ମିଳନ ପାଇଁ ସମସ୍ତଙ୍କୁ ଧ୍ୟାନ,ଯୋଗ,ତପ କରିବା ଉଚିତ । ବସ୍ତୁବାଦୀ ଦୁନିଆରେ ଲୋକେ ଅଶାନ୍ତ ମନ ନେଇ ଜୀବନ ଅତିବାହିତ କରୁଛନ୍ତି । ଶାନ୍ତି ପାଇଁ ଆଧ୍ୟାତ୍ମିକ ପଥରେ ଯିବା ଉଚିତ୍ ।ଉଭୟ ଭୌତିକ ବିଜ୍ଞାନ ଏବଂ ଆଧ୍ୟାତ୍ମିକ ବିଜ୍ଞାନର ସମନ୍ବୟ ନେଇ ମଣିଷ ଜିଇଁଲେ ସୁନାଗରିକ ଓ ସୁମଣିଷ ହୋଇ ପାରିବ ।ସତସଙ୍ଗରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ବୁଧବାର ଦିନ ସକାଳ ୭ ଠାରେ ଦାଣ୍ଡବୋଷ ଗ୍ରାମରେ ବିମାନ ଉଡାଣ ପଡ଼ିଆରେ ସ୍ଵାମୀ ମୁକୁନ୍ଦାନ୍ଦ ଶ୍ରଦ୍ଧାଳୁଙ୍କ ସହ ପ୍ରଭାତଫେରି କରିବା ସହ ଏକ ସତସଙ୍ଗ କରିଥିଲେ । ଶ୍ରଦ୍ଧାଳୁମାନେ ଭଗବାନଙ୍କ ଉପରେ ଜୀବନରେ ଶାନ୍ତି ପାଇବା ପାଇଁ ବହୁ ପ୍ରଶ୍ନ ସ୍ବାମୀଜୀଙ୍କୁ ପଚାରିଥିଲେ । ସ୍ବାମୀଜୀ ସରଳ ଭାବରେ ପ୍ରଶ୍ନର ଉତ୍ତର ଦେଇଥିଲେ ।ସ୍ବାମୀଜୀଙ୍କୁ ପାଖରୁ ପାଇ ଶ୍ରଦ୍ଧାଳୁମାନେ ଅତି ଆନନ୍ଦିତ ହୋଇଥିଲେ । ରାଇରଙ୍ଗପୁର ସହରଟି ରାଧେ ରାଧେ ସଙ୍ଗରେ ଏକ ଶକ୍ତିମୟୀ ପରିବେଶ ହୋଇ ଉଠିଥିଲା । ସତସଙ୍ଗ କାର୍ଯ୍ୟକ୍ରମ ରଧାଗୋବିନ୍ଦ ନାମ, ରାଇରଙ୍ଗପୁର ଶାଖାର ସଂଯୋଜକ ରିତେଶ ଆଠଗରା ଏବଂ ସଂପାଦକ ସୂର୍ଯ୍ୟକାନ୍ତ ଘଣା ଏବଂ ଅନ୍ୟ ସତ୍ସଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ