କଂଗ୍ରେସ ର ଭାରତ ଜୋଡ ଯାତ୍ରାର ଉଦଯାପିତ କାର୍ଯ୍ୟକ୍ରମ ହୋଇଯାଇଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ଭାରତ ଯୋଡ ଯାତ୍ରା ର ଉଦଯାପନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ରାହୁଲ ଗାନ୍ଧୀ ଙ୍କ ନେତୃତ୍ୱରେ ତା ୦୭/୦୯/୨୦୨୨ରିଖ ଦିନ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା।ଭାରତ ଯୋଡ ଯାତ୍ରା ଇତି ମଧ୍ୟରେ ୧୨ଗୋଟି ରାଜ୍ୟ ଓ୨ଗୋଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଦେଇ ୩୯୭୦ କି.ମି.ପଥ ଅତିକ୍ରମ କରି ସାରିଲେଣି। ଏହି ଯାତ୍ରା ୩୦ତତାରିଗ ଦିନ ଶ୍ରୀନଗର ଠାରେ ଉଦଯାପିତ ହେବା ଅବସରରେ ଏହି ଯାତ୍ରା ରେ କୋଟି କୋଟି ଭାରତୀୟ ଙ୍କ ହୃଦୟ ଜିଣିବା ଓ ଭାରତ ବର୍ଷକୁ ଯୋଡିବା ଶ୍ରୀ ରାହୁଲ ଗାନ୍ଧୀ ଙ୍କ ବାର୍ତ୍ତା ରେ ଜନସାଧାରଣ ଉଦ୍ ବୁଧ ହୋଇଛନ୍ତି। ଏହି ଉଦଯାପନ ଉତ୍ସବରେ ଅବସରରେ ଜାନୁଆରୀ ମାସ ୩୦ତାରିଖ ପୂର୍ବାହ୍ନ ୧୦.୦୦ଘଣ୍ଟା ସମୟରେ ଜମ୍ମୁ କାଶ୍ମୀର ର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, ଶ୍ରୀ ନଗର ଠାରେ ଶ୍ରୀ ଗାନ୍ଧୀ ଜାତୀୟ ପତାକା ଉତ୍ତୋଳନ କରିବେ। ସେହିପରି ଭାବେ ସମସ୍ତ ପ୍ରଦେଶ କଂଗ୍ରେସ କମିଟିର, ଜିଲ୍ଲା କଂଗ୍ରେସ କମିଟି, ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆଜି ସୋମବାର ଦିନ ସେହି ପରି ଠିକ୍ ୧୦.୦୦ଢଣ୍ଟା ସମୟରେ କଂଗ୍ରେସ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଅଖିଳ ଭାରତର କଂଗ୍ରେସ କମିଟି ର ସଭାପତି ନିର୍ଦ୍ଦେଶନା ଦେଇଛନ୍ତି।ଆଜି ଅର୍ଥାତ୍ ତାରିଖ,୩୦/୦୧/୨୦୨୩.ଦିନ ସୋମବାର ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ମହାପ୍ରୟାଣ ଦିବସ ରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ପତାକା ଉତ୍ତୋଳନ କରିଥିଲା ଯାହା କି ପ୍ରଦେଶ କଂଗ୍ରେସ କମିଟି ସଭାପତି ଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଙ୍କ ଦ୍ଵାରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତୀମୂର୍ତୀ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏବଂ ଜାତୀୟ ପତାକା ପତାକା ଉତ୍ତୋଳନ କରିଥିଲା ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଦ୍ଵାରା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ତଥା ସମସ୍ତ ବ୍ଲକ୍ ର ବହୁ କଂଗ୍ରେସ ନେତା କର୍ମି ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟ ନାରାୟଣ ପାତ୍ର, ଶଗ୍ରାମ ସାହୁ, କୁନା ମାଝୀ, ତ୍ରିନାଥ ପାତ୍ର, ରାଜା ପାତ୍ର, ଜସ୍ମିନ ସାହିସା, ଗୁମ୍ମା ବ୍ଲକର, ଜିଲ୍ଲା ପରିଷଦ ସଭ୍ୟ ରେଣୁବାଳା ପାତ୍ର, କୃଷ୍ଣ ଚନ୍ଦ୍ର ପାତ୍ର,ଗୀତା ଭୁୟାଁ, ଲଳିତ ମ‌ହୋନ ଦଣ୍ଡସେନା, କାଶୀନଗର ସବରା ରାଜୁ, ମୋହନା ନିର୍ବାଚନ ମଣ୍ଡଳୀ ର ସୁଦର୍ଶନ ପଣ୍ଡା,ମଫେଲ ସ୍ୱଲସିଂ ପ୍ରମୁଖ ବହୁତ ନେତା ଓ କର୍ମୀ ଉପସ୍ଥିତ ରହି ଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ ପଣ୍ଡା ଙ୍କ ଦ୍ଵାରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ