ବିକଳ୍ପ ବଜେଟ୍‍ ବାବଦରେ ବିହିତ ବିଚାରଭିତ୍ତିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବେ କି ରାଜ୍ୟ ସରକାର?

ମାୟାଧର ନାୟକ
ଭାରତର ଧନୀରାଜ୍ୟ ଓଡିଶା । ଲୋକେ କିନ୍ତୁ ଦିନଦରିଦ୍ର । ଦି’ଓଳା ଦି’ମୁଠା ପେଟପୁରା ଖାଇବା ସାତସପନ । କ’ଣ ନାହିଁ ଓଡିଶାରେ – ଯାହାର ମାଟିତଳେ, ମାଟିଉପରେ ଅଜସ୍ର ଖଣିଜ ସମ୍ପଦ, ହୀରା, ମୋତି, ମାଣିକ, ସୁନାପଥର, ୟୁରାନିୟମ, କୋଇଲା, କ୍ରୋମାଇଟ୍‍, ଲୁହାପଥର, ମାଙ୍ଗାନିଜ୍‍, ବକ୍ସସାଇଟ୍‍, ପ୍ରମୂଖ ୨୩ ପ୍ରକାର ଖଣିଜସମ୍ପଦ, ସୁବିଶାଳ ଜଙ୍ଗଲ, ଫସଲ କିଆରୀ, ସୁଦୀର୍ଘ ସଡକପଥ, ନଦୀନାଳ, ବଣପାହାଡପର୍ବତ, ବଙ୍ଗୋପସାଗର କୂଳେ ଜଗତର ନାଥ ମହାପ୍ରଭୂ ଶ୍ରୀଜଗନ୍ନାଥ ମନ୍ଦିର ବିରାଜମାନ, କେତେକେତେ ଠାକୁରଠାକୁରାଣୀ ମନ୍ଦିର, ଗ୍ରାମେ ଗ୍ରାମେ ଦେବଦେବୀ । ପୁଣି ପୃଥିବୀର ଧନୀଜିଲ୍ଲା କେନ୍ଦୁଝର, ଏସିଆ ମହାଦେଶର କ୍ରୋମ୍‍ ରାଜଧାନୀ ସୁକିନ୍ଦା, ଏସିଆ ମହାଦେଶର ବଡ ଗାଁ ଭୂବନ, ଭାରତର ଇସ୍ପାତ ରାଜଧାନୀ କଳିଙ୍ଗନଗର, ପାରାଦ୍ୱୀପ, ଗୋପାଳପୁର, ଧାମରା ବନ୍ଦର, ସଂସ୍କୃତିର ସଙ୍ଗମସ୍ଥଳ ଦକ୍ଷିଣଓଡିଶା, ଯେଉଁଠି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ପାରଳା ମହାରାଜା ତଥା ଗଜପତି କୃଷ୍ଣଚନ୍ଦ୍ର ଜଗଦେବ ପ୍ରମୂଖ ପ୍ରମୂଖ ଜନ୍ମନେଇଛନ୍ତି । ରେଶମୀ ସହର ବରହମ୍‍ପୁରର ସୁପ୍ରସିଦ୍ଧ ତାରାତାରିଣୀ ମନ୍ଦିର, କରାଳମାଳିନୀ ଚିଲିକା । ଆଉ ପଶ୍ଚିମଓଡିଶା – ଭୂବନବିଖ୍ୟାତ ଭୀମଭୋଇ ଯାହାଙ୍କ ପଦାବଳୀ – “ପ୍ରାଣୀଙ୍କ ଆରତ, ଦୁଃଖ ଅପ୍ରମିତ, ଦେଖୁ ଦେଖୁ କିବା ସହୁ – ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ ।” ଏହି ପଦକ ପଦାବଳୀ ସମକ୍ଷ ଏପର୍ଯ୍ୟନ୍ତ ପୃଥିବୀରେ କେହି ଲେଖିପାରିନାହାଁନ୍ତି । ପୁଣି ସ୍ୱଭାବକବି ଗଙ୍ଗାଧର ମେହେର, ସମ୍ବଲପୁର ସମଲାଇ ମନ୍ଦିର, ରଙ୍ଗବତୀ ରଙ୍ଗବତୀ ଗୀତର ଲେଖକ, ସ୍ୱରକାର, ଗାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର, ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା, ଆଉ କେତେ କେତେ ସ୍ମୃତି ଓ ସ୍ୱାକ୍ଷର । ପୂର୍ବଓଡିଶାରେ ବଙ୍ଗୋପସାଗର କୂଳେ ଜଗନ୍ନାଥ ମନ୍ଦିର, ପୁରୀ ରଥଯାତ୍ରା ବିଶ୍ୱବିଖ୍ୟାତ । ପୁରୀ ଠାରୁ ଦିଘା ପର୍ଯ୍ୟନ୍ତ ସୁଦୀର୍ଘ ୪୮୦ କିଲୋମିଟର ବେଳାଭୂମି, ଚାନ୍ଦିପୁର କ୍ଷପଣାସ୍ତ୍ର ଘାଟି । ଖୋର୍ଦ୍ଦାରେ ବକ୍ସି ଜଇ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର ପ୍ରମୂଖଙ୍କ ନିରବଚ୍ଛିନ୍ନ ସଂଘର୍ଷର ଗାଥା, ବୀରପାଇକମାନଙ୍କ ସ୍ମୃତି । ଆଖିଦୃଶିଆ ରାଜଧାନୀ ଭୁବନେଶ୍ୱର । ହଜାରବର୍ଷର ସହର ଧବଳଟଗର କଟକ ନଗର । ଓଡିଶାର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ