ପାରଳା ପୋଲିସ ଦ୍ୱାରା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୩ ବିହାରୀ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସ ସହର ଉପକଣ୍ଠରେ ଥିବା ବିଏନ ପ୍ୟାଲେଶରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଥିବାବେଳେ ଏଥିରେ ସଂମ୍ପୃକ୍ତ ୩ ଜଣ ବିହାରୀଙ୍କୁ ଗିରଫ କରିଛନ୍ତି. ପୋଲିସ ଏହି ୩ ଜଣଙ୍କ ଠାରୁ ୩୭ କିଲୋ ଗଞ୍ଜେଇ ଜବତ କରିଛନ୍ତି. ଗିରଫ ହୋଇଥିବା ୩ ଚାଲାଣକାରୀ ମଧରେ ରବି କୁମାର, ରାଜନିଷ କୁମାର, ଅମନ କୁମାର ଏହି ୩ ଜଣ ବିହାରର ବୋଲି ଜଣା ପଡିଛି. ଏହି ୩ ଜଣ ୩ଟି ସୁଟକେଶରେ ଗଞ୍ଜେଇ ରଖି ଆନ୍ଧ୍ରକୁ ଯାଇ ଟ୍ରେନ ଯୋଗେ ବିହାର ଯିବାକୁ ପ୍ରୟାସ କରୁଥିବା ସମୟରେ ପାରଳାଖେମୁଣ୍ଡି ପୋଲିସ ହାତରେ ଧରାପଡିଛନ୍ତି. ଗତକାଲି ପୋଲିସ ୩ ଜଣଙ୍କୁ କୋୖର୍ଟ ଚାଲାଣ କରିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ