ଟେକ୍ନୋଓ୍ବାର୍ଲଡ ଆବାସିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟେକ୍ନୋଓ୍ବାର୍ଲଡ ଆବାସିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପରିସରରେ ବିଦାୟକାଳୀନ‌ ସମ୍ବର୍ଦ୍ଧନା ବିଶିଷ୍ଟ ଶିକ୍ଷାବିତ ଅଧ୍ଯକ୍ଷ ପ୍ରଫେସର ଲଳିତ ମୋହନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଡଭୋକେଟ ଭବାନୀ ଶଙ୍କର ମହାନ୍ତି , ପ୍ରାକ୍ତନ ନିର୍ଦେଶକ ଉମାକାନ୍ତ ମହାନ୍ତ,ଅଧ୍ୟାପକ ପ୍ରକାଶ ମଣ୍ଡଳ,ଅବିନାଶ ବାରିକ,ଭାସ୍କର ପଟ୍ଟନାୟକ, ରୋହିତ ନନ୍ଦ,ନିକିତା ଵାନରା, ସୁବ୍ରତ ମହାନ୍ତ,ଦାରା ସିଂ ମହାନ୍ତ,ଅଜୟ ମହାପାତ୍ର,ଗୌତମ ମହାନ୍ତ, ପ୍ରଦ୍ୟୁମ୍ନ ଦତ୍ତ, ଗୌରାଙ୍ଗ ମହାନ୍ତ, ପ୍ରମୁଖ ଉପସ୍ଥିତ ରହିଥିଲେ । ଯୁକ୍ତ ୨ ବିଜ୍ଞାନ ଜୀବନ ଗଠନରର ମୂଳାଧାର ।ଏହାପରେ ଛାତ୍ରଛାତ୍ରୀମାନେ ଭବିଷ୍ୟତ ଉଜ୍ଜ୍ବଳ ପାଇଁ ନିଜ ରୁଚିର ଶିକ୍ଷାକୁ ଗ୍ରହଣ କରି ଶିର୍ଷରେ ପହଞ୍ଚିବେ । ସେମାନଙ୍କ ଭବିଷ୍ୟତ ଜୀବନ ଉଜ୍ଵଳମୟ ହେଉ ଏବଂ ଭବିଷ୍ୟତରେ ସେମାନେ ସମାଜରେ ଭଲ ଭଲ ସ୍ଥାନରେ କାର୍ଯ୍ୟ କରି ସୁନାମ ଅର୍ଜନ କରନ୍ତୁ ବୋଲି ଅତିଥିଗଣ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଓ ଆଶୀର୍ବାଦ ଦେଇଥିଲେ ।ଆବାସରେ ରହିଥିବା ଛାତ୍ରଛାତ୍ରୀମାନେ ଦିର୍ଘ ଦୁଇ ବର୍ଷ ଧରି ବିଦ୍ୟା ଳୟର କାର୍ଯ୍ୟକର୍ତ୍ତା ମାନେ ନିଜ ପରିବାରର ସଦସ୍ୟ ଛୁଆ ଭାବି ଉଚିତ ମାର୍ଗ ଦର୍ଶନ, ଶିକ୍ଷା,ଚରିତ୍ର ଗଠନରେ ସାହାଯ୍ୟ,ପରିଶ୍ରମ ଓ ଅଧ୍ୟାପନା ପାଇଁ ପ୍ରେରଣାକୁ ସେମାନେ ଜୀବନରେ କେବେ ଭୁଲି ପାରିବେ ନାହିଁ ବୋଲି ଭାବି ବିହ୍ବଳ ହୋଇ କୋହଭରା କଣ୍ଠରେ କହିଥିଲେ । ସାର୍ ମାନଙ୍କ ପରିଶ୍ରମ ଓ ଆଶୀର୍ବାଦ କେବେ ବୃଥା ଯିବ ନାହିଁ ବୋଲି କହିଥିଲେ ।ପରିବେଶ ଏକ ଭାବାତ୍ମକ ହୋଇ ପଡ଼ିଥିଲା ।ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଚରଣ ଆଶୀର୍ବାଦ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ