ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଜିଲ୍ଲା ଶାଖା ପକ୍ଷରୁ ସାଂସଦଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନସଂଖ୍ୟା ସମାଧାନ ଫାଉଣ୍ଡେସନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଂସଦରେ କଠୋର ଆଇନ ପ୍ରଣୟନ ନିମନ୍ତେ କେନ୍ଦ୍ରାପଡା ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ଉଦେଶ୍ୟରେ ତାଙ୍କ ମହାକାଳପଡା ବ୍ଲକ ପ୍ରତିନିଧି ପ୍ରତାପ ଚନ୍ଦ୍ର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆମ ଦେଶ ଭାରତ ବର୍ତ୍ତମାନ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ପୃଥିବୀ ଜନସଂଖ୍ୟାର ଶତକଡା ୧୮ପ୍ରତିଶତ ଲୋକ ଏଠାରେ ବାସ କରନ୍ତି । ଭାରତ ଏବେ ଜନସଂଖ୍ୟାରେ ଚିନକୁ ଟପିବାକୁ ବସିଲାଣି । ଚିନ କ୍ଷେତ୍ରଫଳର ଏକ ତୃତୀୟାଂଶ ହେଉଛି ଭାରତର କ୍ଷେତ୍ରଫଳ । ତେଣୁ ଏତେବଡ ଜନସଂଖ୍ୟାକୁ ଖାଦ୍ୟ ସାମଗ୍ରୀ, ଫଳ, ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ, ବିଜୁଳିଶକ୍ତି, ଇନ୍ଧନ, ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ପ୍ରଭୃତି ଯୋଗାଇବା ଅସମ୍ଭବ ହୋଇପଡିବ । ପୃଥିବୀର ସମୁଦାୟ ସ୍ଥଳ ଭାଗର ୨.୪ଶତକଡା ଭାରତରେ ଥିବାବେଳେ ମଧୁରଜଳ ମାତ୍ର ଶତକଡା ୪ପ୍ରତିଶତ । ଜନସଂଖ୍ୟା ଅହେତୁକ ବୃଦ୍ଧି ହେତୁ ଆମ ଦେଶରେ କୁ ପୋଷଣ, ଅନାହାର ବୃଦ୍ଧି ପାଇବା ସାଙ୍ଗକୁ ବେକାରୀ ସମସ୍ୟା ବୃଦ୍ଧି ପାଉଛି । ଜଳକ୍ଲିଷ୍ଟ ଓ ପର୍ଯ୍ୟାବରଣ ଉପରେ କୁ ପ୍ରଭାବ ସାଙ୍ଗକୁ ପରିବେଶ ପ୍ରଦ୍ୟୁଷଣ କେବଳ ଅସନ୍ତୁଳନ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଘଟୁଛି । ଅହେତୁକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦେଶରେ ଚାଷ ଓ ଜଙ୍ଗଲ ଜମିର ଦ୍ରୁତ ଅବକ୍ଷୟ ଘଟି ଚାଲିଛି । ପ୍ରତ୍ୟେକ ଦିନ ଆମ ଦେଶରେ ପାଖାପାଖି ୬୫ହଜାର ୭୯୭ଜଣ ନବଜାତକ ଜନ୍ମଗ୍ରହଣ କରୁଛନ୍ତି । ଏଭଳି ଜନସଂଖ୍ୟା ବୃଦ୍ଧିକୁ ରୋକାନଗଲେ ଆଗାମୀ ୨୦୫୦ମସିହା ବେଳକୁ ଆମ ଦେଶର ଜନସଂଖ୍ୟା ୨୪୦କୋଟିରୁ ଅଧିକ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଆଗାମୀ ଦିନରେ ଜାତି, ଧର୍ମ, ବର୍ଣ୍ଣ ପ୍ରଭୃତିକୁ ପାଥେୟ କରି ଅସନ୍ତୁଳିତ ଜନ୍ମହାର ବୃଦ୍ଧି ଯୋଗୁଁ ଭାରତରେ ସର୍ବପୁରାତନ ସଭ୍ୟତା ସଙ୍କଟଜନକ ପରିସ୍ଥିତି ଆଡକୁ ଗତି କରୁଥିବାରୁ ଏହାକୁ ସୁରକ୍ଷା ଦେବାର ଦାୟିତ୍ୱ ଆମ୍ଭ ସମସ୍ତଙ୍କର । ଭାରତର ଧର୍ମ ନିରପେକ୍ଷତା ପ୍ରତି ବିପଦ ସୃଷ୍ଟି ହେବାକୁ ଯାଉଛି । ଭାରତ ଯେତେବେଳେ ସୁରକ୍ଷିତ ରହିବ ସେତେବେଳେ ବର୍ଦ୍ଧିତ ଜନସଂଖ୍ୟା ନିୟନ୍ତ୍ରଣ ରହିବ । ତେଣୁ ସଂସଦରେ ଜାତି, ବର୍ଣ୍ଣ, ଭାଷା ଓ ଧର୍ମ ନିର୍ବିଶେଷରେ ସବୁ ନାଗରିକମାନଙ୍କ ଦୁଇଟି ସନ୍ତାନ ବାଧ୍ୟତା ମୁଳକ କରି ଏକ କଠୋର ଓ ସଶକ୍ତ ଆଇନ ପ୍ରଣୟନ କରି ଆଗାମୀ ପିଢୀଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଦାବି କରିଛି । ଫାଉଣ୍ଡେସନର ଜିଲ୍ଲା ଶାଖା ପକ୍ଷରୁ ସଂସଦରେ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ସଭାପତି ପବିତ୍ର ପରିଡାଙ୍କ ନେତୃତ୍ୱରେ ଯୁବ ସଭାପତି ଅମୃତ ମହାନ୍ତି, ମହିଳା ସଭାନେତ୍ରୀ ରୋଜାଲିନ ମହାନ୍ତି, ଜିଲ୍ଲା ଉପସଭାପତି ବ୍ରଜମୋହନ ମଣ୍ଡଳ, ମହିଳା ମୋର୍ଚ୍ଚା ସମ୍ପାଦିକା ଜୟନ୍ତୀ ନାୟକ ପ୍ରମୁଖ କେନ୍ଦ୍ରାପଡା ସାଂସଦଙ୍କ ଉଦେଶ୍ୟରେ ତାଙ୍କ ମହାକାଳପଡା ପ୍ରତିନିଧି ଆଡଭୋକେଟ ପ୍ରତାପ ଚନ୍ଦ୍ର ଦାସଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ