ଘୁମୁସର ଜିଲ୍ଲା ଦାବି ରେ ଭଞ୍ଜନଗର ରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଘୁମୁସର ଜିଲ୍ଲା ଗଠନ ଦାବି ନେଇ ସ୍ବର ଉଠିଛି। ଆଉ ଏହି ଆନ୍ଦୋଳନର ସ୍ବର ଧିରେ ଧିରେ ଶାଣୀତ ଏବଂ ଲୋକ ଆଦୁତ୍ୟ ହେବାକୁ ଲାଗିଲାଣି।ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏକ ବୃହତ ଉପଖଣ୍ଡ ହୋଇଥିବା ବେଳେ ଏହାଠାରୁ କମ୍ ଭୌଗଳିକ ଓ ଜନସଂଖ୍ୟା ରହିଥିବା ଅଞ୍ଚଳ ଜିଲ୍ଲା ହୋଇ ସାରିଥିବା ବେଳେ ଘୁମୁସରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଉପଖଣ୍ଡର ୮ ଟି ବ୍ଳକ୍ ଓ ୫ ଟି ଏନ୍ଏସିକୁ ନେଇ ସ୍ବତନ୍ତ୍ର ଘୁମୁସର ଜିଲ୍ଲା ଗଠନ କରିବା ନେଇ ଆଜି ଭଞ୍ଜନଗରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲେ। ବିଭିନ୍ନ ସଙ୍ଗଠନ ପକ୍ଷରୁ ବହୁ ସଦସ୍ୟ ଏହି ବନ୍ଦ ରେ ସାମିଲି ହୋଇଥିଲେ । ଘୁମୁସର ଜିଲ୍ଲା ଗଠନ ପାଇଁ ବିଭିନ୍ନ ନାରା ଦେବା ସହ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ହେଲେ ଘୁମୁସର ଅଞ୍ଚଳର କିଛି ଗ୍ରାମବାସୀଙ୍କୁ ୧୫୦ କିମିରୁ ଅଧିକ ରାସ୍ତା ଯିବାକୁ ପଡୁଛି। ଏଠାରେ ସମସ୍ତ ଭିତ୍ତିଭୂମୀ ଥାଇ ମଧ୍ୟ ଘୁମୁସର ଜିଲ୍ଲା ମାନ୍ୟତା ପାଇବାରୁ ବଞ୍ଚିତ ହେବା ପରିତାପର ବିଷୟ ବୋଲି ବିଭିନ୍ନ ସଙ୍ଗଠନର ନେତୃବୃନ୍ଦ ଦୁଖଃ ପ୍ରକାଶ କରିଥିଲେ। ୧୩ ଜିଲ୍ଲା ରୁ ୩୦ ଜିଲ୍ଲା ହେଲା ୧୯୯୧ ମସିହା ରୁ ସେହି ସମୟରୁ ଏହି ଜିଲ୍ଲା ଆନ୍ଦୋଳନ ଜାରିରହିଥିବା ବେଳେ ପ୍ରସାସନ ପକ୍ଷରୁ ବି ବିଭିନ୍ନ ସମୟରେ ଠିକ୍ କରାଯାଇଥିଲେ ମଧ୍ୟ ସରକାର ଙ୍କ ଇଛା ଅଭାବରୁ ଏହି ଅଞ୍ଚଳ ଅବହେଳିତ ହୋଇଛି। ବାରମ୍ବାର ପ୍ରଶାସନ ଏବଂ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିମଧ୍ୟ ତାହା ସଫଳ ନ ହେବା ଏବଂ ବିଶେଷ କରି ବର୍ତ୍ତମାନର ୫ଟି ସଚିବ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଘୁମୁସର ଜିଲ୍ଲା ଗଠନ ସଂର୍ପକରେ ଚିଠି ଲେଖାଯାଇଥିଲା ଏବଂ ସେହି ସମୟ ରେ ଘୁମୁସର ଭିତ୍ତିଭୂମୀ ଓ ଭୌଗଳିକ କ୍ଷେତ୍ର ସଂର୍ପକରେ ଅନେକ ପ୍ରଶାସନିକ ଅଧିକାରୀ ରାଜ୍ୟ ସରକାରଙ୍କ ଦୃଷ୍ଟି ଆର୍କଷଣ କରିଥିଲେ। ଉକ୍ତ ଜିଲ୍ଲା ଆନ୍ଦୋଳନ ଆଜି କେବଳ ଜରୁରୀକାଳୀନ ସେବା,ଆମ୍ବୁଲାନ୍ସ ସେବା ଓ ମହାବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏଥରୁ ବାଦ୍ ଦିଆଯାଇଥିଲା । ଭଂଜନଗର ବନ୍ଦ ରେ ଉତ୍କଳ ସାମ୍ବାଦିକ ସଂଘ, କିଛି ଆଇନଜୀବ, ବିପଦର ବନ୍ଧୁ ଓଡିଶା ସଂଗଠନ, ହ୍ୟୁମାନିଟି ସ୍ପେସ୍, ଘୁମୁସର ଲିଖିକା ସଂସଦ, ହେଲ୍ପ ଇଣ୍ଡିଆ ମୁଜାଗଡ,ବଜରଙ୍ଗ ଦଳ ଦଦରଲୁଣ୍ଡା,ବାଉଁଶଲୁଣ୍ଡି ରାଧାକୃଷ୍ଣ ନଦିଆ ସଂଘ, ରାଧାକୃଷ୍ଣ ପାଠାଗାର,ବାଞ୍ଚେଶ୍ବର ଲକ୍ଷ୍ମୀ ପୁଜା କମିଟି ବାଉଁଶଲୁଣ୍ଡି,ବରିଷ୍ଠ ନାଗରିକ ମଞ୍ଚ,ଆର.ସି.ୟୁନିଟି,ଚାଷୀ ମୂଲିଆ ସଂଘ, ଅଖିଳ ଭାରତୀୟ କ୍ଷେତ ମଜଦୁର କିସାନ ସଭା, ରୋଟାରି କ୍ଲବ୍ ,ବାଣିଜ୍ୟ ସଂଘ,ଘୁମୁସର ଟେଣ୍ଟ ହାଉସ୍ ମାଲିକ ସଂଘ, ସଚେତନ ନାଗରିକ ମଞ୍ଚ, ଘୁମୁସର ଜିଲ୍ଲା ଆମର ଦାବି ଭାବେ ୱାଟସ ଆପ ଗ୍ରୁପ ର ସଦସ୍ୟ ଏବଂ ବହୁ ସଦସ୍ୟ ବୃନ୍ଦ ନିଜ ଇଛାରେ ଏହି ବନ୍ଦ ରେ ସାମିଲ ହୋଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ