ଓଡ଼ିଶା ମିଳିତ ଅମଲା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡ଼ିଶା ମିଳିତ ଅମଲା ମଞ୍ଚ ବନ୍ତ ବ୍ଲକ ଶାଖା ପକ୍ଷରୁ ବିଭିନ୍ନ ଦାବୀ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଓଡ଼ିଶା ମିଳିତ ଅମଲା ସଂଘର ବନ୍ତ ବ୍ଲକ ସଭାପତି ସେକ୍ ସମସୁଲ୍ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ଭଦ୍ରକ ଜିଲ୍ଲା ସମ୍ପାଦକ ତପନ କୁମାର ସ୍ୱାଇଁ, ରାଜ୍ୟ ଟ୍ରେଜେରୀ ଅମଳା ସଂଘର ରାଜ୍ୟ ସଭାପତି ବିଭୂଦତ୍ତ ବାରିକ, ଜିଲ୍ଲା ସଂଗଠନ ସମ୍ପାଦକ ଆଲୋକ ରଞ୍ଜନ ମୁଖାର୍ଜି ଯୋଗଦେଇ ବ୍ଲକ୍‌ରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲାମାନେ ସମାନ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ନେଇ ଆଲୋଚନା ହୋଇଥିଲା । ସେହିପରି ଅମଲାମାନେ ସମ୍ମୁଖୀନ ହେଉଥିବା ବେତନର ଅସମାନତା ଦୂର କରିବା ଦାବିରେ ମିଳିତ ଅମଲା ମଞ୍ଚ ବନ୍ତ ଶାଖାର ସଭ୍ୟମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ବିଡିଓ ପ୍ରଦୀପ କୁମାର ସେଠୀଙ୍କୁ ପ୍ରଦାନ କରିଥିଲେ । ସଂଘର ବ୍ଲକ୍ ସମ୍ପାଦକ ବିଶ୍ୱଜିତ୍ ରାଉତ, ଆଶିଷ କୁମାର ସେଠୀ, ଅନୱାର୍ ହୋସେନ୍ ଖାନ୍‌, ସୁରେନ୍ଦ୍ର କୁମାର ସାହୁ, ସେକ୍ ରିହାଜ୍ ଅଲ୍ଲୀ, ମାଧବାନନ୍ଦ ନାୟକ, ସଦାନନ୍ଦ ସାହୁ, ସନାତନ ସାହୁ, ନାରାୟଣ ଚନ୍ଦ୍ର ପୃଷ୍ଟି, ଉମେଶ ପ୍ରସାଦ କର, ପ୍ରକାଶ କୁମାର ବେହେରା, ପ୍ରଫୁଲ୍ଲ କୁମାର ନାୟକ, ଇଶ୍ୱର କୁମାର ପାତ୍ର, ଅଜିତ କୁମାର ଦାସ, ବୈଲୋଚନ ଦାସ, ମଦନ ମୋହନ ନାୟକ, ବିଭୂତି ଭୂଷଣ ପଣ୍ଡା, ଅଜୟ କୁମାର ସାମଲ, ଶମ୍ବୁନାଥ ସାହୁ, ସଞ୍ଜୁଲତା ସାହୁ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ