ଆସନ୍ତାକାଲି ନୂତନ ସଂସଦ ଭବନ ଉଦଘାଟନ ସହ ଐତିହାସିକ ରାଜଦଣ୍ଡ ସ୍ଥାପନ ହେବ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ଆଜି ସନ୍ଧ୍ୟା ରେ ତାମିଲନାଡୁର ରୁବଦୁୁଥୁରାଇ ଆଧୀନମ (ମଠ)ର ମୁଖ୍ୟ ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’କୁ ହସ୍ତନ୍ତର କରିଛନ୍ତି। ଆସନ୍ତାକାଲି ୨୮ରେ ନୂତନ ସଂସଦ ଭବନ ଉଦଘାଟନ ରେ ଏହି ଐତିହାସିକ ରାଜଦଣ୍ଡ ସ୍ଥାପନ ହେବ। ଚେନ୍ନାଇରୁ ଆସିଥିବା ୨୧ ଜଣ ଅଧୀନମ୍ ପୁରୋହିତ ଶ୍ରୀ ହରିହର ଦେଶିକା ସ୍ୱାମୀଗଲ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆବାସରେ ଭେଟିବ‌ା ସହିତ ‘ସେଙ୍ଗୋଲ’ ଅର୍ପଣ କରିଛନ୍ତି। ମନ୍ତ୍ରପାଠ ମଧ୍ୟରେ ଅଧୀନମ୍ ମହନ୍ତ ମୋଦୀଙ୍କୁ ସ୍ବର୍ଣ୍ଣାଚ୍ଛାଦିତ ସେଙ୍ଗୋଲ୍ ଓ ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଙ୍ଗବସ୍ତ୍ର ଓ ଉପହାର ଦେଇ ସମ୍ମାନିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ