ମୁମ୍ବାଇରେ ରକ୍ତଦାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର/ମୁମ୍ବାଇ, (ଯୁଗାବ୍ଦ ନ୍ୟୁଜ):ନଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଶେଷ ହୋଇଛି । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ଓ ସ୍ୱାମୀ ଅଦ୍ୱେସା ନନ୍ଦ ୱେଲଫେୟାର ଆସୋସିଏସନ୍ ସରସ୍ୱତୀ ପକ୍ଷରୁ ରଥଯାତ୍ରା କରାଯାଇଥିଲା । ୧୮ବର୍ଷ ହେଲା ଟ୍ରଷ୍ଟ ମାଧ୍ୟମରେ ବିଭିନ୍ନ ଓଡ଼ିଆ ସାମିଲ ହୋଇ ଟ୍ରଷ୍ଟର ସଦସ୍ୟ ଓ ସେବକମାନେ ସହଯୋଗ ଦ୍ୱାରା ଏହି ରଥଯାତ୍ରା ମହୋତ୍ସବ ହୋଇ ଆସୁଛି । ସେହିପରି ୩ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ କରାଯାଇଥିଲା । ଭକ୍ତମାନଙ୍କ ଦ୍ୱାରା କଳସ ଯାତ୍ରା କରାଯାଇଥିଲା । ଗହଣରେ ରଥଯାତ୍ରାର ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା କରିଥିଲେ । ପାରମ୍ପରିକ ଘଂଟ ବାଦ୍ୟରେ ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ପ୍ରାୟ ୧୦ହଜାର ଏହି ଯାତ୍ରାରେ ସାମିଲ ହୋଇଥିଲେ । ପ୍ରତିଦିନ ୧୦ଜାର ଲୋକଙ୍କ ପ୍ରସାଦ ସେବନ ଓ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଯାତ୍ରା ନୀତି ସମାପନ ହୋଇଛି । ଏହି ଅବସରରେ ରକ୍ତଦାନ ଶିବର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, କର୍କଟ ରୋଗୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା କରାଯାଇଥିଲା । ରଥଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାରମାନେ ଓଡ଼ିଶୀ, ନୃତ୍ୟ, ଲୋକ ନୃତ୍ୟ ଓ କ୍ରୀଏଟିଭ୍ ନୃତ୍ୟ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ