କେନ୍ଦ୍ରାପଡାର ଅଖିଳବିହାରିଙ୍କ ସିଭିଲ ସର୍ଭିସରେ ଯୋଗଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର -ଧୂମାତ ଗ୍ରାମର ରାହାସବିହାରୀ ଦାସ ଓ ସନ୍ଧ୍ୟାରାଣୀ ଦାସଙ୍କ ପୁତ୍ର ଏବଂ ଓଡିଶା ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ କୁନବିହାରୀ ଦାସଙ୍କ ପୁତୁରା ଅଖିଳବିହାରୀ ଦାସ ୨୦୧୮ମସିହା ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ୪୬୨ର‌୍ୟାଙ୍କରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରତିରକ୍ଷା ବିଭାଗର ଇଷ୍ଟେଟ ସର୍ଭିସରେ ନିଯୁକ୍ତ ଅଛନ୍ତି । ଅଖିଳ ବିହାରୀ କଟକସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରାରମ୍ଭିକ ଶିକ୍ଷା ପରେ ରେଭେନ୍ସା କଲିଜିଏଟ ସ୍କୁଲରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ । ପରେ ରେଭେନ୍ସା ମହାବିଦ୍ୟାଳୟରୁ +୨ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସେ ଖଡଗପୁରସ୍ଥିତ ଆଇ.ଟି.ଆଇ.ରୁ ୨୦୧୩ମସିହାରେ ଆରଚିଟେକଚର ଓ ପ୍ଲାନିଙ୍ଗରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ୨୦୧୮ ମସିହାରେ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ୪୬୨ର‌୍ୟାଙ୍କରେ ଉତ୍ତୀର୍ଣ୍ଣର୍ ହୋଇ ସେ ଭାରତୀୟ ପ୍ରତିରକ୍ଷା ବିଭାଗର ଇଷ୍ଟେଟ ସର୍ଭିସରେ ମଧ୍ୟପ୍ରଦେଶର ପଞ୍ଚମାରହି କ୍ୟାଣ୍ଟେନମେଣ୍ଟର ସି.ଇ.ଓ. ଭାବେ ଯୋଗଦେଇଥିଲେ । ଏବେ ଅଖିଳବିହାରୀ ଜାମ୍ମୁସ୍ଥିତ କ୍ୟାଣ୍ଟେନମେଣ୍ଟ ବୋର୍ଡର ସି.ଇ.ଓ. ଭାବେ କାର୍ଯ୍ୟରତ ଅଛନ୍ତି । ରାଷ୍ଟ୍ରପତି ଭବନରୁ ଡକରା ପାଇ ଭାରତୀୟ ପ୍ରତିରକ୍ଷା ବିଭାଗର ଇଷ୍ଟେଟ ସର୍ଭିସର ଅନ୍ୟସାଥିମାନଙ୍କ ସହ ଚଳିତମାସ ୨୪ତାରିଖରେ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଶ୍ରୀମତୀ ଦୈା୍ରପଦୀ ମୁର୍ମୁଙ୍କ ଠାରୁ ବହୁ ପ୍ରେରଣାଦାୟକ ବକ୍ତବ୍ୟ ଶୁଣିବାକୁ ପାଇଥିଲେ । ଏଥିସହିତ ରାଷ୍ଟ୍ରପତିଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ଅଖିଳବିହାରୀଙ୍କ ଏଭଳି ସଫଳତା କେନ୍ଦ୍ରାପଡା ପାଇଁ ଗୈାରବ ଆଣିଦେଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ