ଗୁରୁ ପୂଜନ ଉତ୍ସବ ପାଳନ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ କୁମାର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଗୁରୁ ପୂଜନ ଉତ୍ସବ  ମଙ୍ଗଳବାର ଦିବା ୧୧.୦୦ ଘଟିକାରେ ବିଦ୍ୟାଳୟର କନିଷ୍ଠ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଗୁରୁ ପୂଜନ ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ଉପସ୍ଥିତ ରହିଥିଲେ ।ଗୁରୁ ପୂଜନ ଉତ୍ସବ ଅବସରରେ ସମସ୍ତ ପ୍ରାଧ୍ୟାପକ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିବା ସମସ୍ତ ଛାତ୍ରୀ ମାନଙ୍କୁ  ଭଲ ଶିକ୍ଷା ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଦିଗ୍ ଦର୍ଶନ ଦେଇ ଥିଲେ । ଏହି ଗୁରୁ ପୂଜନ ଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ଯୁକ୍ତ ଦୁଇ ପ୍ରଥମ ଓ ଦ୍ବିତୀୟ ବର୍ଷ ର କଳା ଓ ବିଞ୍ଜାନ ର ଛାତ୍ରୀ ପ୍ରତିମା ,ସଙ୍ଗୀତା ପ୍ରୀୟ  ଦର୍ଶନୀ , ଅସ୍ମିତା , ଦୀପ୍ତିମଇ ,ସୌମ୍ଯ ଲତା , ପ୍ରିୟଙ୍କା , ଯାଜ୍ଞସିନୀ , ମନୀଷା , ମୌସୁମୀ, ପ୍ରୀତିରେଖା ଓ ଭୀମସେନ ବେହେରା ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ