ବାଲେଶ୍ୱର ସହରରେ ଗୁଳିମାଡ଼

ବାଲେଶ୍ଵର, (ସରୋଜ ପଣ୍ଡା):ସହଦେବଖୁଣ୍ଟା ଥାନା ଅଧୀନ ଶୋଭାରାମପୁର ଠାରେ ଜଣେ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ହେଲେ ବିନୟ କୁମାର। ଆଜି ଅପରାହ୍ନରେ ସେ ଉକ୍ତ ଗ୍ରାମର ଅନ୍ଧାରୀ ମଙ୍ଗଳା ଠାକୁରାଣୀ ଗଳିରେ ସେ ଆସୁଥିବା ବେଳେ ତାକୁ ଗୁଳିମାଡ଼ ହୋଇଥିଲା। ଗୁଳି ବିନୟର ଡାହାଣ ହାତରେ ବାଜି କ୍ଷତ ହୋଇଥିବାର ଜଣାପଡିଛି। ଆହତ ବିନୟ ସେଠାରେ କିଛି ସମୟ ରହିବା ପରେ ବିଳମ୍ବରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଗୁଳିମାଡ଼ ପରେ ପରିବାର ପକ୍ଷରୁ କାହିଁକି ବିଳମ୍ବରେ ଅଣାଗଲା ତାହା ଜଣା ପଡିନାହିଁ। ସହଦେବ ଖୁଣ୍ଟା ଥାନା ପୋଲିସ ଖବର ପାଇ ଚିକିତ୍ସାଳୟ ରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ କିଏ କାହିଁକି ଗୁଳିମାଡ଼ କଲା ସେ ବାବଦରେ ପୋଲିସ ତନାଘନା କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା ଘଟିବାର ଆଶଙ୍କା କରାଯାଉଛି।ଗୁରୁତର ବିନୟକୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନତରିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ