ପଥର ତଳେ ଚାପି ହୋଇ ୨ ଆଦିବାସୀ ଯୁବକ ଙ୍କ ମୃତ୍ୟୁ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ପଞ୍ଚାୟତ ଆଦିବାସୀ ବହୁଳ ପିଲିକାଢିହ ଗ୍ରାମର ୨ ଜଣ ଯୁବକ ପଥର କ୍ୱାରି ରେ କାମ କରୁଥିବା ବେଳେ ଗ୍ରାନାଇଟ ପଥର ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଖବର ମିଳିଛି।ଏହି ଘଟଣା ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟା ରେ  ଘଟିଛି।ମୃତକ ଦ୍ୱୟ ହେଲେ ପିଲିକାଢିହ  ଗ୍ରାମର  ଗୋବିନ୍ଦ ମଳିକ  ଅନ୍ୟ ଜଣେ ହେଲେ  ଜଗା ମଳିକ  ବୋଲି ଜଣାପଡିଛି। ।ଉଭୟେ ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଳକ ତଥା ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ମହୁରୀକାଳୁଆ ଛକ ନିକଟରେ ଥିବା ଏକ ଗ୍ରାନାଇଟ ପଥର କମ୍ପାନୀ ପାଇଁ ପଥର ଉତ୍ତୋଳନ କରାଯାଉଥିବା ପଥର କ୍ଵାରି ରେ କାମ  କରୁଥିବା ସମୟରେ ଅସାବଧାନତା କାରଣରୁ ଏକ ବୃହତ ପଥର ଖଣ୍ଡ ଉଭୟଙ୍କ  ଉପରେ ଭୁଶୁଡ଼ି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଗୋବିନ୍ଦ ଓ ଜଗା ପଥର ଖଣ୍ଡ ତଳେ ଚାପି ହୋଇପଡ଼ିବା ରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏ ସମ୍ପର୍କରେ ପଲିକାଢିହ ଗ୍ରାମର ବିସୁନୁ ମଳିକଙ୍କୁ ଗ୍ରାନାଇଟ କମ୍ପାନୀ ପକ୍ଷରୁ ଖବର ଦିଆଯାଇଥିଲା।ଖବର ପାଇ ଖେମୁଣ୍ଡି ତାଳୁକା ଶବର ସମାଜ ସଭାପତି ରବିନ୍ଦ୍ର ମଳିକଙ୍କ ସମେତ ୧୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଘଟଣା ସ୍ଥଳ ରେ ପହଞ୍ଚି ବ୍ରହ୍ମପୁର ସଦର ଥାନା କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସବିଶେଷ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ