ରାୟଗଡାରୁ ଚୋରି ବୋଲେରୋ ବାଲିଗୁଡାରେ ଠାବ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାୟଗଡ଼ା ଜିଲ୍ଲା ତେଲେଙ୍ଗାପଦର ଗାଁ ରୁ ଚୋରି ବୋଲେରୋ ବାଲିଗୁଡ଼ା ବାଇପାସ୍ ରାସ୍ତାରୁ ଠାବ । ଗତକାଲି ମଙ୍ଗଳବାର ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ତେଲାଙ୍ଗାପଦର ଗାଁ ର ଲକ୍ଷ୍ମୀନାରାୟଣ ପାତ୍ରଙ୍କ ବୋଲେରୋ ତିନିଜଣ ଦୁର୍ବୃତ୍ତ ଚୋରି କରି ନେଇଥିଲେ । ବାଲିଗୁଡ଼ା ଥାନା ପୋଲିସ୍ ବାଲିଗୁଡ଼ା ବାଇପାସ୍ ରାସ୍ତାରୁ ବୋଲେରୋ ଠାବ କରିବା ସହ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଖୋଜୁଛି । ସୂଚନା ପ୍ରକାରେ ବୁଧବାର ଭୋର୍ ସମୟରେ ବୋଲେରୋ ଚୋରି ହୋଇଥିବା ନେଇ ଗାଡ଼ି ରଖିଥିବା ସ୍ଥାନର ସିସି ଟିଭି ଫୁଟେଜ୍ ଓ ଜିପିଏସ୍ ଟ୍ରାକ୍ କରିବା ପରେ ଲକ୍ଷ୍ମୀନାରାୟଣ ବାଲିଗୁଡ଼ା ସ୍ଥିତ ତାଙ୍କ ମାମୁଁ ସୂର୍ଯ୍ୟ ପାତ୍ରଙ୍କୁ ଜଣାଇଥିଲେ । ସୂର୍ଯ୍ୟ ପାତ୍ର ବାଲିଗୁଡ଼ା ପୋଲିସକୁ ଜଣାଇବା ସହ ଥାନାକୁ ମଧ୍ୟ ଆସି ଥାନା ସମ୍ମୁଖରେ ନାକା ଲଗାଇଥିଲେ । ଏହା ଦେଖି ଦୁର୍ବୃତ୍ତ ମାନେ ସେଠାରୁ ଗାଡ଼ି ବୁଲାଇ ସ୍ଥାନୀୟ କଲେଜ୍ ନିକଟସ୍ଥ ପଣଷପଡ଼ି ବାଇପାସ୍ ରାସ୍ତା ଦେଇ ଯିବା ବେଳେ ଏକ ଖାଲରେ ଫସି ଯିବାର ଫଳରେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ । ହେଲେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍ ତାଙ୍କ ଟିମ୍ ଓ ସ୍ଥାନୀୟ ଲୋକେ ପିଛା କରି ଜଣକୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ସେପଟେ ବାଲିଗୁଡା ପୋଲିସ ତଦନ୍ତ ଅବ୍ୟାହତ ରଖି ଅନ୍ୟ ଦୁଇଜଣ ଦୁର୍ବୃତ୍ତଙ୍କୁ ନିକଟସ୍ଥ ଜଙ୍ଗଲରେ ଖୋଜୁଥିବା ବେଳେ ଅଧିକ ତଥ୍ୟ ହାସଲ ପାଇଁ । ଅଟକ ଥିବା ବ୍ୟକ୍ତି ଙ୍କୁ ପଚରା ଉଚୁରା ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ