ନୂତନ ରାମ ମନ୍ଦିର ସକାଶେ ଭୂମି ପୂଜନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ):ପାରଳାଖେମୁଣ୍ଡି: ନୂତନ ରାମ ମନ୍ଦିର ସକାଶେ ଭୂମି ପୂଜାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷାଣି ବ୍ଲକ ଗୋଷାଣି ଗ୍ରାମପଞ୍ଚାୟତର ଆଙ୍କୁଡୁ ଗ୍ରାମରେ ନୂତନ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ପାଣ୍ଠି ରୁ ୧୦ ଲକ୍ଷ (ଦଶ ଲକ୍ଷ) ଟଙ୍କା ମଞ୍ଜୁର କରାଯାଇଅଛି । ଉକ୍ତ ମନ୍ଦିର ନିର୍ମାଣ ନିମନ୍ତେ ଆଜି ଆଙ୍କୁଡୁ ଗ୍ରାମରେ ପ୍ରତିଷ୍ଠା ତଥା ଭୂମିପୂଜା କାର୍ଯ୍ୟକ୍ରମ କରଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ନେତା ତଥା ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ ଡଃ . ତିରୁପତି ପାଣିଗ୍ରାହୀ, ବିଜେଡି ଯୁବନେତା ଇଂ, ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ. ବୀରରାଜୁ, ଆରଏମସିଏସ ଅଧ୍ୟକ୍ଷ ଏସ. ଗଜପତି ରାଓ, ଜିଲ୍ଲା ପରିଷଦ ସଦସ୍ୟ ଏସ . ବାଲରାଜୁ, ଯୁବନେତା ଜି ବିଜୟ କୁମାର, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ, ସ୍ଥାନୀୟ ନେତା ଏବଂ ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ