ବାଇକ ଡିକି ଭାଙ୍ଗି ୮ଲକ୍ଷ ୫୦ ହଜାର ଟଙ୍କା ଚୋରି ଘଟଣାର ୪ ଅଭିଯୁକ୍ତ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):ଅଗଷ୍ଟ ୧୧ ତାରିଖ ବାଲେଶ୍ଵର କଚେରୀ ସ୍ଥିତ ସବରେଜିଷ୍ଟ୍ରି ଅଫିସ ନିକଟରେ ବାଇକ ଡିକି ଭାଙ୍ଗି ୮ ଲକ୍ଷ ୫୦ ହଜାର ଟଙ୍କା ଚୋରି ଘଟଣାର ୪ ଅଭିଯୁକ୍ତ ଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ। ସେମାନଙ୍କ ଠାରୁ ନଗଦ ୨୭ ହଜାର ଟଙ୍କା,ଗୋଟିଏ ପଲ୍ସର୍ ବାଇକ(ଓ.ଡି ୦୨.ସି.ଏଚ.୪୦୭୩) , ପାଞ୍ଚଟି ମୋବାଇଲ ଫୋନ ଜବତ କରିଛି।ତିନି ଜଣଙ୍କ ଘର ଗଞ୍ଜାମ ଜିଲ୍ଳା ଆସ୍କା ଅଞ୍ଚଳର ଜେ. ଚାନ୍ଦୁ, ଏନ ରବିନ, କୁଦୁଳା ଅଞ୍ଚଳର ମୋହନ ପ୍ରଧାନ, ଅନ୍ୟ ଜଣେ ବାଲେଶ୍ଵର ଜିଲ୍ଲା ଖନ୍ତପଡା ଥାନା ଶେରଗଡ଼ ଅଞ୍ଚଳର ତିନି ଜଣ ଭଡ଼ା ଘର ରହୁଥିବା ମାଲିକ ଅକ୍ଷୟ କୁମାର ପଣ୍ଡା ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସିଟି ଡିଏସପି ଗାୟତ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।ଗିରଫ ମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ପକାଲପାଲି ଅଞ୍ଚଳର ଜେ ଚନ୍ଦୁ, ଦୁନକୁନି ସେଶପୁରା ର ଏନ ରବିନ, କୁଦଳା ଥାନା କୁଦୁଲା ର ମହୋନ ପ୍ରଧାନ, ଅନ୍ୟ ଜଣେ ସେମାନେ ରହୁଥିବା ଘର ମାଲିକ ଖନ୍ତପଡ଼ା ଶେରଗଡ଼ ଅଞ୍ଚଳର ଅକ୍ଷୟ କୁମାର ପଣ୍ଡା ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ଗାୟତ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।ତେବେ ଏହି ଗ୍ୟାଙ୍ଗ ନାମରେ ଜଳେଶ୍ଵର ଥାନାରେ ମଧ୍ୟ ଗୋଟିଏ ମାମଲା ରହିଥିବାର ଜଣାପଡିଛି।ସୂଚନା ଥାଉ କି,ଅଗଷ୍ଟ ୧୧ ତାରିଖ ଦିନ ଦ୍ୱିପ୍ରହର ରେ ଚାନ୍ଦିପୁର ଥାନା ଶ୍ରୀକୋଣା ଅଞ୍ଚଳର ଯୁବକ କାର୍ତ୍ତିକ ଦ୍ୱାରି ତାଙ୍କ ବାଇକ୍ ଡିକିରେ ୮ ଲକ୍ଷ ୫୦ ହଜାର ଟଙ୍କା ରଖିଥିଲେ।କଚେରୀ ସବରେଜିଷ୍ଟ୍ରାର ଠାରେ ବାଇକ୍ ରଖି ମହୁରଲ କୁ ଦେଖା କରିବାକୁ ଯାଇଥିଲେ।ଏହି ସମୟରେ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତ ମାନେ ୮ଲକ୍ଷ ୫୦ ହଜାର ଟଙ୍କା ଚୋରି କରି ନେଇଥିଲେ। ଏ ସଂପର୍କରେ କାର୍ତ୍ତିକ ଦ୍ୱାରି ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଥାନା ପକ୍ଷରୁ ୩୩୦/୨୩ ଦଫା ୩୭୯ ମୂଳେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ।ଆଜି ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ