‘ମୋ ହସ୍ପିଟାଲ’ ଯୋଜନାରେ ଜିଲ୍ଲାପାଳଙ୍କ ଅନୁଧ୍ୟାନ

ଛତ୍ରପୁର, (ଦେବଦତ୍ତ ମହାରଣା):୫-ଟି ଅଧୀନରେ ‘ମୋ ହସ୍ପିଟାଲ’ ରୂପାନ୍ତୀକରଣ ଅଭିଯାନରେ ଗଞ୍ଜାମ ଜିଲ୍ଲାର ୧୩ ଟି ହସ୍ପିଟାଲ ସ୍ଥାନ ପାଇଛି । ଏହି ୧୩ଟି ହସ୍ପିଟାଲ ମଧ୍ୟରୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ରହିଛି । ୮ କୋଟି ଟଙ୍କା ବିନିମୟରେ ଛତ୍ରପୁର ଡାକ୍ତରଖାନାର ରୂପାନ୍ତୀକରଣ ନିମନ୍ତେ ବିଭିନ୍ନ ପ୍ରକଳ୍ପ କାମ ଚାଲୁ ରହିଛି । ‘ମୋ ହସ୍ପିଟାଲ’ ଅଭିଯାନରେ ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟମାନେ କିପରି ଅଧିକ ସୁବିଧା ପାଇପାରିବେ ଲକ୍ଷ୍ୟ ରହିଛି । ଏହି ପରିପ୍ରେକ୍ଷରେ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ଦବ୍ୟିଜ୍ୟୋତି ପରିଡା ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ମୋ ହସ୍ପିଟାଲ ଅଭିଯାନରେ ଚାଲୁ ରହିଥିବା ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ପୁର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ସତ୍ୟବାନ ପଟେଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆର୍ଟିଟେକ୍ ପ୍ରତୁନିଧି ଦଳ ସହିତ ଆଲୋଚନା କରି କିଛି ତ୍ରୁଟି ରହିଥିବା କାମର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଏହାସହିତ ଜିଲ୍ଲାପାଳ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ପ୍ରକଳ୍ପ କାର୍ଯ୍ୟକୁ ନେଇ ଡାକ୍ତରଖାନା ପରିସରରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ବେଳେ ବିଏମସି ଡେପୁଟି କମିଶନର ସମ୍ବିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ଅଧୀକ୍ଷକ ପ୍ରଫୁଲ ଚନ୍ଦ୍ର ଗୌଡ, ମ୍ୟାନେଜର ଗଣେଶ ନାହକ, ଛତ୍ରପୁର ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁ, ପୁର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ