କାଇଠପଦର ସ୍କୁଲ ରେ ତାଲା ,ଛାତ୍ର ଛାତ୍ରୀଙ୍କ ଶ୍ରେଣୀ ବର୍ଜନ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକ୍ ଶିଆଳି ପଞ୍ଚାୟତ କଇଠପଦର ଗ୍ରାମର ଉ ପ୍ରା ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ତ ମାନେ ଶ୍ରେଣୀ ବର୍ଜନ କରି ପ୍ରଧାନ ଶିକ୍ଷକ ଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ନିମନ୍ତେ ଅଡି ବସି ଧାରଣାରେ ବସିଛନ୍ତି। ଘଟଣା ରୁ ପ୍ରକାଶ ଯେ ଗତ ୨୮ ତାରିଖ ରେ ଶିଆଳି ଗ୍ରାମ ପଞ୍ଚାୟତ ରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ରେ ଗ୍ରାମ ର ଅଭିଭାବକ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଗୁହାରୀ କରି ଦରଖାସ୍ତ ଦେଇଥିଲେ। ସେହି ଘଟଣା ରେ ପ୍ରଧାନ ଶିକ୍ଷକ ପିଲା ମାନଂକୁ ଅଭିଯୋଗ ପାଇଁ ପଠେଇ ଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଙ୍କୁ ନିଲମ୍ୱିତ କରିଦେଇଛନ୍ତି। ପୂର୍ବରୁ ସ୍ଥାନୀୟ ଶିଆଳି ସରପଞ୍ଚ ରାମ ପ୍ରସାଦ ପଟ୍ଟନାୟକ ସ୍କୁଲ ଗୃହ ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି। ଆଜି ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ପ୍ରଧାନ ଶିକ୍ଷକ ଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବୀ କରି ସ୍କୁଲ ଆଗରେ ଧାରଣା ଦେଇ ଛନ୍ତି। ସ୍କୁଲ ରେ ତାଲା ପଡିଛି ଓ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ରୁ ବଞ୍ଚିତ। ବ୍ଲକ ଶିକ୍ଷାଧିକାରୀ ଙ୍କୁ ଯୋଗା ଯୋଗ କରିବାରୁ ତଦନ୍ତ କରିବା ନେଇ ପ୍ରତିଶ୍ରୁତି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ