ବୁଗୁଡା ବ୍ଳକ ପାଚିକା ଓ ସହାୟିକା ସଂଘର ଦାବୀ ପତ୍ର ପ୍ରଦାନ

ବୁଗୁଡା, (ଅନିଲ କୁମାର ମହାରଣା):ଏଆଇଟିୟୁସି ସହିତ ସହ ବନ୍ଧିତ ବୁଗୁଡା ବ୍ଳକ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ ପକ୍ଷରୁ ସେପ୍ଟେମ୍ବର ୧୬ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରିଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ବଳଦେବ ଜୀଉ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରି ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ସଂଘର ସଭାନେତ୍ରୀ ରୁନୁ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ଗଞ୍ଜାମ ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ଦାସ ଏବଂ ଭାରତୀୟ କ୍ଷେତ ମଜଦୂର ୟୁନିୟନର ରାଜ୍ୟ ପରିଷଦ ସଭ୍ୟ ହରି ହର ପାତ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନଙ୍କ ପ୍ରତି ଅବିଚାରର ତୀବ୍ର ସମାଲୋଚନା କରିବା ସହିତ ସମସ୍ତ ଦାବିକୁ ପୂରଣ କରିବା ପାଇଁ ଦାବି କରିଥିଲେ। ଅନ୍ୟଥା ଚଳିତ ମାସ ୨୭ ତାରିଖ ଠାରୁ ବିଧାନସଭା ସମ୍ମୁଖରେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ଏହା ସହିତ କେତେକ ବିଦ୍ୟାଳୟର କମିଟି ପାଚିକାମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଥିବାରୁ ଦୃଢ ନିନ୍ଦା କରିବା ସହିତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଥିଲେ। ଏହାପରେ ଏକ ପ୍ରତନିଧି ଦଳ ଯାଇ ଗୋଷ୍ଠୀ ଶିକ୍ଷା ଅଧିକାରି ଚିନ୍ମୟ ମହାପାତ୍ରଙ୍କ ସହିତ ସ୍ଥାନୀୟ କେତେକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ