ଗୁମ୍ମା-କାଶୀନଗର ବ୍ଲକ ସୀମାନ୍ତ ରାସ୍ତା ମରଣଯନ୍ତା ପାଲଟିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାର ଉପାନ୍ତ ଅଞ୍ଚଳରେ ଗମନା ଗମନ ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗୁମ୍ମା-କାଶୀନଗର ବ୍ଲକ ସୀମାନ୍ତ ରାସ୍ତା ଶୌଚନିୟ। ସୂଚନା ଅନୁସାରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତ ନିକଟବର୍ତ୍ତୀ କାଶିନଗର ବ୍ଲକ ଅଲୋଡ଼ା ପଞ୍ଚାୟତର ସାରପତୀ ଗୁଡ଼ା ଗ୍ରାମକୁ ଯିବା ରାସ୍ତା ମରନଯନ୍ତା ପାଲୋଟି ।ଏହି ରାସ୍ତା ଗୁମ୍ମା ବ୍ଲକ ଠାରୁ କାଶିନଗର ବ୍ଲକକୁ ସଂଯୋଗ କରୁଥିବା ଯୋଗୁଁ ଗୁମ୍ମା ବ୍ଲକର ୪ଟି ପଞ୍ଚାୟତ ବାସୀ ବର୍ଷ ବର୍ଷ ବିପଦ ସଙ୍କଟାପନ୍ନ ଭାବେ ଯାତାୟତ କରୁଛନ୍ତି।ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗୁମ୍ମା ବ୍ଲକ ବୃଷଭ ପଞ୍ଚାୟତ ତିତିସିଂ ଗ୍ରାମ ସୀମାନ୍ତ ପର୍ଯ୍ୟନ୍ତ ଭଲ ରାସ୍ତା ଥିବା ବେଳେ ପଡ଼ୋଶୀ କାଶୀନଗର ବ୍ଲକ ସରପତି ଗୁଡ଼ା ଗ୍ରାମ ଠାରୁ ରାସ୍ତା ବହୁ ବର୍ଷ ହେଲା ମରାମତି ହୋଇପାରୁ ନାହିଁ।ଏହି ରାସ୍ତାଟି ଗୁଣୁପୁର ଓ କାଶୀନଗର ସହରକୁ ସଂଯୋଗ କରୁଥିବା ଯୋଗୁଁ ଗୁମ୍ମା ବ୍ଲକର ବାଇଝାଲ,ବୃଷଭ,ଗାଇବା ଓ ପରିଡ଼ା ପଞ୍ଚାୟତ ବାସୀଙ୍କ ଯାତାୟାତ ଲାଗି ରହିଛି।ଶିକ୍ଷା,ସ୍ୱାସ୍ଥ୍ୟ,ବାଣିଜ୍ୟ ପାଇଁ ଏହି ରାସ୍ତା ଦେଇ ଅତି କମ ସମୟରେ ଜୀବନକୁ ବାଜି ଲଗାଇ ଲୋକେ ଯିବା ଆସିବା କରୁଥିବା କହିଛନ୍ତି ଗ୍ରାମବାସୀ।ସମସ୍ୟାଟି ପଡ଼ୋଶୀ କାଶୀନଗର ବ୍ଲକରେ ରହିଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ପଞ୍ଚାୟତ ବାସୀଙ୍କ ଯାତାୟାତକୁ ଚିନ୍ତା ପ୍ରକଟ କରିଛନ୍ତି।କାଶୀନଗର ବ୍ଲକ ପ୍ରଶାସନ ଓ ବିଭାଗ୍ୟ ଅଧିକାରୀ ସମସ୍ୟା ସମ୍ପର୍କରେ ଆଲୋଚନା କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି ବୃଷଭ ସରପଞ୍ଚ ବୁଲୁ ରଈତ,ତିତଶ ଶବର,ବିଜୟ ଶବର,ଲୋବୟ ଶବର ଓ ମାଳତୀ ଲିମ୍ମା।ଏନେଇ ସମସ୍ୟା ସମ୍ପର୍କରେ କାଶୀନଗର ବିଡ଼ିଓଙ୍କ ସହିତ ଆଲୋଚନା କରିବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଗୁମ୍ମା ବିଡ଼ିଓ ଅନୁପ ଅଭିଷେଖ ବେହେରା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ