ଗୁହାଳରେ ଅଗ୍ନିକାଣ୍ଡ ୨୫ ଗୋଟି ଛେଳି ଜୀବନ୍ତ ଦଗ୍ଧ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ପୋଲିସ ଥାନାର ମଥୁରା ପଞ୍ଚାୟତ ଗୁଡିମାଳ ଗ୍ରାମର ଏକ ଗୁହାଳରେ ଅଗ୍ନିକାଣ୍ଡ ଘଟି ୨୫ ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ମିଳିଛି l ଗୁଡିମାଳ ଗ୍ରାମର ପଦ୍ମା ପାତ୍ର ନାମକ ଜଣେ ମହିଳାଙ୍କ ଛେଳି ଗୁହାଳରେ ନଭେମ୍ବର ୭ ତାରିଖ ପୂର୍ବ ରାତ୍ରରେ ଅଗ୍ନିକାଣ୍ଡ ଘଟିଥିଲା l ଅଗ୍ନିକାଣ୍ଡ ରେ ଗୁହାଳରେ ରହିଥିବା ସମସ୍ତ ୨୫ ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l କେହି ଜାଣିଶୁଣି ଗୁହାଳରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ନଭେମ୍ବର ୭ ତାରିଖ ଦିନ ପଦ୍ମା ପାତ୍ର ପୋଲସରା ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l ପଦ୍ମା ପାତ୍ର ଜଣେ ଗରିବ ମହିଳା ହୋଇଥିବା ବେଳେ ଛେଳି ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ