ଶ୍ରମିକ ସାଜିଛି ନାବାଳକ ପ୍ରଶାସନ ନିରବଦ୍ରଷ୍ଟା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଶିଶୁ ହିଁ ଶ୍ରମିକ ସାଜି ଖଟୁଛି । ଖେଳିବା ବୁଲିବା ବୟସରେ ଭୋକର ଚିନ୍ତା ଜ୍ୱାଳା ଛଡ଼ାଇ ନେଉଛି ନାବାଳକଙ୍କ ହାତରୁ ବହି ବସ୍ତାନି । ଗୁଜୁରାଣ ମେଣ୍ଟାଇବା ପାଇଁ ଅହରହ ଖଟୁଛନ୍ତି ଶିଶୁ । ରାସ୍ତା ପ୍ୱାଶ୍ୱର୍ରେ ଠିଆରହି ନଜର ବୁଲାଇଲେ ଏକାଧିକ ଶିଶୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ପରିଲିକ୍ଷିତ ହେଉଛି । ଖଟୁଥିବା ଶିଶୁଙ୍କୁ ଅନୁଧ୍ୟାନ କଲେ ଜଣାପଡେ ଶିଶୁ ସୁରକ୍ଷା ଏବଂ ଶିଶୁ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ମୁଣ୍ଡାଇଥିବା ଶ୍ରମ କାର୍ଯ୍ୟାଳୟ ଏବଂ ଶିଶୁ ସୁରକ୍ଷା ଦାୟିତ୍ୱ ନିର୍ବାହ କରୁଥିବା ବିଭାଗ କୋମାରେ ଥିବା ନେଇ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଜଣେ ଶିଶୁ ଦେଶର ଭବିଷ୍ୟତ । ସେମାନଙ୍କ ସୁରକ୍ଷା ପାଇଁ ବହୁ ଯୋଜନା ପ୍ରଣୟନ କରାଯାଇଛି । ରାତି ପାହିଲେ ରାସ୍ତା ଘାଟରେ ନାରାବାଜି ଦିଆଯାଉଛି । ଶିଶୁଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ତଥାପି ରାସ୍ତାକଡରେ ଦୃଷ୍ଟିକୁ ଆସୁଥିବା ଚିତ୍ର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ନଜରରେ କିପରି ଆସୁନାହିଁ, ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ଯୋଜନା କେତେ ଯେ ସଫଳ, ତାହା ବିପଦସଙ୍କୁଳ ପଥରକ୍ୱାରୀ ହେଉ ବା ରାସ୍ତା ପ୍ୱାର୍ଶ୍ବ ହୋଟେଲରେ ଖଟୁଥିବା ଶିଶୁଙ୍କ କରୁଣ ଗାଥା କହୁଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଅଞ୍ଚଳରେ କେତେ ଯେ ଶିଶୁ ଶ୍ରମିକ ସାଜି ଖଟୁଛନ୍ତି ତାହାର କଳନା ନାହିଁ । ଯୋଜନା ସତ୍ତ୍ୱେ ଏଭଳି ଶିଶୁଙ୍କୁ ଚିହ୍ନଟ ହୋଇନପାରି ନଥିବା ବିଭାଗର ନିଷ୍କ୍ରିୟତାକୁ ବଖାଣୁଛି । କଅଁଳ ବୟସରେ ହସି ଖେଳି ପାଠ ପଢିବା ବଦଳରେ ନିଜର ତଥା ପରିବାରର ପେଟ ପାଇଁ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରେ ବିପଦପୁର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଥିବା ସ୍ଥାନୀୟ ଅଞ୍ଚଳର ଏକ ନିତିଦିନିଆ ଦୃଶ୍ୟ । ଶିଶୁ ସୁରକ୍ଷା ଆଇନ ଦିଗହରା ହୋଇଛି । ଶିଶୁ ଅଧିକାର ଆଇନ ସରକାର ପ୍ରଣୟନ କରିଛନ୍ତି । ବିଡମ୍ବନାର କଥା ଯେ, ଏହି ଆଇନ ଓ ଯୋଜନାକୁ କାର୍ଯ୍ୟକାରୀ କରିବା ଭଳି ଗୁରୁଦାୟିତ୍ୱ ମୁଣ୍ଡାଇଥିବା ଶ୍ରମ ବିଭାଗ ଏବଂ ଶିଶୁ ସୁରକ୍ଷା ବିଭାଗ ରାଜ୍ୟ ମୁଖିଆଙ୍କ ଗଡ଼ ତଥା ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଅଞ୍ଚଳରେ ସ୍ଥାଣୁ ପାଲଟିଯାଇଛି । ଶିଶୁ ଶ୍ରିମକ ପ୍ରଥା ଉଛେଦ କରିବା ପାଇଁ ୨୦୦୬ ମସିହାରେ ଶିଶୁ ଶ୍ରମିକ ନିରୋଧ ଆଇନ ପ୍ରଣୟନ କରାଯାଇଥିଲା । ହୋଟେଲ ଠାରୁ ଆରମ୍ଭ କରି ବିପଦପୂଣ୍ଣ ସ୍ଥାନ ଏପରିକି ବଡ଼ବଡ଼ିଆଙ୍କ ଘରେ ଚାକର ଭଳି ଖଟୁଥିବା ଶିଶୁଙ୍କୁ ଉଦ୍ଧାର କରି ଆଣି ସେମାନଙ୍କ ବୟସ ଅନୁପାତରେ ସ୍ୱତନ୍ତ୍ର ନିୟୋଜିତ ଥିବା ସ୍ଥାନୀୟ ଅଞ୍ଚଳର ଏକ ନିତିଦିନିଆ ଦୃଶ୍ୟ ହାଟେଲ ଠାରୁ ଆରମ୍ଭ କରି ବିପଦପୂଣ୍ଣ ସ୍ଥାନ ଏପରିକି ବଡ଼ବଡ଼ିଆଙ୍କ ଘରେ ଚାକର ଭଳି ଖଟୁଥିବା ଶିଶୁଙ୍କୁ ଉଦ୍ଧାର କରି ଆଣି ସେମାନଙ୍କ ବୟସ ଅନୁପାତରେ ସ୍ୱତନ୍ତ୍ର ପାଠ୍ୟ ଖସଡ଼ାରେ ସାମିଲ କରିବା, ରହିବା, ଖାଇବା ,ପୋଷାକ ପରିଛନ୍ନ ଯୋଗାଇ ଆତ୍ମ ନିର୍ଭରଶୀଳ ହେବା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ରହିଛି । ବିସ୍ମୟର କଥା ହିଞ୍ଜିଳିକାଟୁ ଅଞ୍ଚଳରେ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ଶିଶୁ ଶ୍ରମିକ ଏଯାବତ୍ ଚିହ୍ନଟ ହୋଇପାରିନାହିଁ । ୨୦୧୧ ମସିହା ଠାରୁ ଉକ୍ତ ଯୋଜନା ସ୍ଥାନୀୟ ଅଞ୍ଚଳରେ କେବଳ ଯୋଜନା ମଧ୍ୟରେ ଅଟକିଯିବା ସହ କାଗଜ କଲମ ମଧ୍ୟରେ ସୀମିତ ହୋଇ ରହିଯାଇଛି । ବର୍ଷକୁ ଥରେ ଅଧେ କେବଳ ପୋଲିସ ପ୍ରଶାସନ ପକ୍ଷରୁ ଅପରେସନ ସ୍ମାଇଲ ଓ ପରୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ଅନୁୂଷ୍ଠାନ ଉପରେ ଚଢାଉ କରାଯାଇ କିଛି ଶିଶୁ ଶ୍ରମିକଙ୍କୁ ଥନାକୁ ଅଣାଯାଇ ପରବର୍ତ୍ତୀ ମୁହୁର୍ତ୍ତରେ ଶିଶୁଙ୍କ ଅଭିଭାବକଙ୍କ ହେପାଜତରେ ଛାଡ଼ି ଦିଆଯାଉଛି । ପରବର୍ତ୍ତୀ ସମୟରେ ପୁଣି ଥରେ ଶିଶୁ ଶ୍ରମିକ ମାନେ ନିଜର ଓ ପରିବାରର ପେଟ ପାଟଣା ପାଇଁ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରେ ଶିଶୁ ଶ୍ରିମିକ ଭାବେ କାର୍ଯ୍ୟରେ ଲାଗି ପଡ଼ୁଛନ୍ତି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗଳିକନ୍ଦି ଠାର ଆରମ୍ଭ କରି ବସଷ୍ଟାଣ୍ଡ ଓ ବିଭିନ୍ନ ଛକ ସ୍ଥାନ ମାନଙ୍କରେ କାନ୍ଧରେ ମୁଣା ପକାଇ ପାଣି ବୋତଲ, ଟିଣ, ଲୁହା ଓ ଜାରି ଗୋଟାଉଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ କେତକ ଶିଶୁ ବିଭିନ୍ନ ହୋଟେଲ, ଢାବା, ରେଷ୍ଟୁରାଣ୍ଟରେ ରହି ମଦ ଯୋଗାଉଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି । ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ