ଦକ୍ଷତା ବିକାଶ ପରାମର୍ଶ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପରିସରରେ ଏକ ଦକ୍ଷତା ବିକାଶ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ ଏବଂ ଇନ୍ସୁରାନ୍ସ ସେକ୍ଟରରେ ତାଲିମ୍ ପାଇଁ ୭୯ ଜଣ ଆଶାୟୀ ପ୍ରାର୍ଥିନୀ ଯୋଗ ଦେଇଥିଲେ । ଏହି ଶିବିରରୁ ଯୋଗ୍ୟ ପ୍ରାର୍ଥିନୀମାନେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ତାଲିମ୍ ନେବେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ପିନାକୀ ପଟ୍ଟନାୟକ ଏହି ଶିବିରରେ ଯୋଗଦେଇ ଆତ୍ମନିର୍ଭରଶୀଳତାର ମନ୍ତ୍ର ଦେବା ସହ ମାନବ ସମ୍ବଳର ବିକାଶ ପାଇଁ ଦକ୍ଷତା ବୃଦ୍ଧି କରିବାକୁ ପିଲାଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ଚାଲୁଥିବା ବିଭିନ୍ନ ତାଲିମ୍ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ବିଜୟ କେତନ ସାହୁ ଏବଂ ଜନଶିକ୍ଷା ସଂସ୍ଥାନର କର୍ମଚାରୀମାନେ ଏହି ଶିବିରରେ ଉପସ୍ଥିତ ଥିଲେ । ଶେଷରେ ରିଚା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ