ଜିପିଏଲ-୨ରେ ରେଗିଡିକୁ ହରାଇ ବ୍ରହ୍ମପୁରର ଲାୟନ ଇଲେଭେନ ବିଜୟ

ଗୋପାଳପୁର, (ରମେଶ ସାହୁ):ଗତ ପାଞ୍ଚବର୍ଷ ଆନ୍ତରରେ ଗୋପାଳପୁର ଷ୍ଟାଡିୟମ ପରିସରରେ ମାଡାମ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ (ଗୋପାଳପୁର ପ୍ରିମିୟମ-୨) ନକଆଉଟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି, ଗତ ଦଶଦିନ ଧରି ଗୋପାଳପୁର ଷ୍ଟାଡିୟମ ପରିସରରେ ଚାଲିଥିବା ଏହି ଟୁର୍ନାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୬ ଗୋଟି ଦଳ ଭାଗ ନେଇଥିଲେ, ଶେଷରେ ଫାଇନାଲ ମେଚରେ ରେଗିଡି ଦଳ ସହ ଲାୟନ ୧୧ ଦଳ ମଧ୍ୟରେ ମେଚ ଅନୁଷ୍ଠିତ ହୋଇଥିଲା, ରେଗିଡି ଦଳ ଟଚ ଜିତି ପ୍ରଥମେ ବେଟିଙ୍ଗ କରି ୧୫୦ରନ କରିଥିଲା, ଏହାର ଜବାବରେ ଲାୟନ ୧୧ ଦଳ ତିନୋଟି ହୁଇକେଟ ହରାଇ ୧୨ ଓଭରରେ ୧୫୨ରନ କରି ମେଚ ଜିତିବା ସହ ଚାମ୍ପିୟନ ହୋଇଥିଲା, ବିଜୟୀ ଦଳକୁ ୪୦ହଜାର ଟଙ୍କାର ଚେକ ସହ ଟ୍ରଫିପ୍ରଦାନ କରାଯାଇ ଥିବାବେଳେ ପରାଜିତ ଦଳକୁ ୨୫ ହଜାର ଟଙ୍କାର ଚେକ ସହ ଟ୍ରଫି ପ୍ରଦାନ କରାଯାଇଥିଲା, ପୁରସ୍କାର ପ୍ରଦାନ ଉଛବରେ ଗୋପାଳପୁର ଏନଏସିର ନିର୍ବାହୀ ଅଧିକାରୀ ଶ୍ରୀ ମାନସରଞ୍ଜନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜଇ ଟିମକୁ ଟ୍ରଫି ସହ ଚାଳିଶି ହଜାର ଟଙ୍କାର ଚେକ ପ୍ରଦାନ କରିଥିବାବେଳେ ଉପସ୍ଥିତ ଥିବା କ୍ରୀଡା ପ୍ରେମୀ ସମେତ ଉଭୟ ଦଳର ଖେଳାଳୀଙ୍କୁ ସେ କହିଥିଲେ ଯେ ଏପରି କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରିବା ସହଜ ନୁହ, ଗତ ଦଶ ଦିନ ଧରି ୧୬ଗୋଟି ଟିମକୁ ନେଇ ଏପରି ଟୁର୍ନାମେଣ୍ଟ ଆୟୋଜନ କରିଥିବାରୁ ଗୋପାଳପୁରର ଯୁବ ଗୋଷ୍ଟିକୁ ବହୁତ ଧନ୍ୟବାଦ ଏବଂ ଆଗାମୀ ଦିନରେ ଏପରି ଆହୁରି ଅଧିକ ବିଭିନ୍ନ ଟୁର୍ନାମେଣ୍ଟ ଆୟୋଜନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଅନ୍ୟତମ ସ୍ୱତନ୍ତ୍ରଅତିଥି ଭାବେ ଗୋପାଳପୁରର ଯୁବ ସମାଜ ସେବି ଶ୍ରୀ ଏମ. ଶିବ ପାତ୍ର ଯୋଗ ଦେଇ ଉପସ୍ଥିତ ଙ୍କୁ କହିଥିଲେ ଯେ ଆଗାମୀ ଦିନରେ ଏଠାରେ ଆଉରୀ ଅଧିକ ଟିମକୁ ନେଇ ଭଲ ଟୁର୍ନାମେଣ୍ଟ କରିବାପାଇଁ, ଗୋପାଳପୁର ପରି ଛୋଟ ସହରରେ ଦଶଦିନ ଧରି କ୍ରିକେଟ ଟୁର୍ନାମେଣ୍ଟ କରିବା ସହଜ ନୁହ କିନ୍ତୁ ଗୋପାଳପୁରର ଯୁବ ଗୋଷ୍ଠୀ ତଥା କ୍ରିକେଟ ପ୍ରେମୀ ଏପରି ଟୁର୍ନାମେଣ୍ଟ କରିଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ, ଏଥି ସହ ଉଭୟ ଦଳର ଉତ୍ତମ କ୍ରୀଡା ପଦର୍ଶନ କରିଥିବା କ୍ରୀଡାବିତଙ୍କୁ ମେଡାଲ ସହ ସନ୍ନମାନିତ କରିଥିଲେ, ସେହିପରି ଡ଼ିସକଭେରି ୱାଇନର ମାଲିକ ଶ୍ରୀ କେଦାରନାଥ ସାହୁ ଓ କେ. ବିଭୁତିଭୂଷଣ ପାତ୍ର ରନର ଦଳକୁ ପଚିଶି ହଜାର ଟଙ୍କାର ଚେକ ସହ ଟ୍ରଫି ପ୍ରଦାନ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ଏନଏସି ଉପାଧକ୍ଷାଙ୍କ ସ୍ୱାମୀ ବି. ବାବାଜୀ, କୋମଲ, ଲଛମନ ରାଓ, ପୁରୀ ମୁନିସିପାଲିଟିର କାଉଁସିଲର ତଥା ପୁରୀ ଜିଲ୍ଲା ମାଛ୍ୟ ଯିବି ସଙ୍ଘର ସଭାପତି ପ୍ରସାଦ ବାବୁ, ଓଡି. ଶ୍ରୀନୁ, ସୁରେନ୍ଦ୍ର ବେହେରାଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତରହି ସମସ୍ତଙ୍କୁ ଉଚ୍ଚାହୀତ କରିଥିଲେ, ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନରେ ବି. କଲ୍ୟାଣ କୁମାର, କୁମାର ନାୟକ, ରଘୁରାମ ସାହୁ, କାଁହୁ ଚରଣ, ସିହେଚ. ଲକ୍ଷ୍ମଣ ରାଓ, ବି. ରାଜୁ, ଜି. ଜଗନ୍ନାଥ, ସିହେଚ. ଗୋପାଲଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଟୁର୍ନାମେଣ୍ଟ ଆୟୋଜନରେ ସହଯୋଗ କରିଥିଲେ। ବିଜୟୀ ଦଳକୁ ଚାଳିଶ ହଜାର ଟଙ୍କାର ଚେକ ଖୋର୍ଦ୍ଧା ଅଞ୍ଚଳର ବିଶିଷ୍ଟ ଵେବସାଇ ତଥା ଯୁବ ସମାଜ ସେବି ଶ୍ରୀ ଦୁର୍ଗାମାଧବ ବଳିୟାରସିଂ ପ୍ରଦାନ କରିବା ସହ ସେ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ଆଗାମୀଦିନରେ ଏଠାରେ ଯେ କୌଣସି ଟୁର୍ନାମେଣ୍ଟ ହେବ ସେ ସେଥିରେ ସମସ୍ତ ପ୍ରକାରର ସହଯୋଗ କରିବେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ