ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବନ୍ଥପଲ୍ଲୀରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସୋମବାର ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିଥିଲା I ବିଶେଷ କରି ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିର ଏବଂ ହନୁମାନ ମନ୍ଦିର ଗୁଡ଼ିକରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ଏହି ଅବସରରେ ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଂଚାୟତ ବନ୍ଥପଲ୍ଲୀ ହନୁମାନ ମନ୍ଦିରରେ ସ୍ଵତନ୍ତ୍ର ପୂଜାପାଠ, ହୋମଯଜ୍ଞ,ଭଜନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ଗ୍ରାମର ବିଶିଷ୍ଟ ବ୍ୟକ୍ତି ରାଜ କିଶୋର ଗୌଡ଼ ଶୁଭାରମ୍ଭ କରିଥିବା ବେଳେ ଶରତ ଚନ୍ଦ୍ର ମହାନ୍ତି, କୃଷ୍ଣ ଚନ୍ଦ୍ର ମହାନ୍ତି,ବାଜିରାମ୍ ବେହେରା ,ଶ୍ୟାମସୁନ୍ଦରପୁର ଗୌଡ଼ ,ବିପ୍ର ଗୌଡ,ତ୍ରୀପତୀ ପାତ୍ର , ପ୍ରଫୁଲ୍ଲ ସାବତ , ବିରୋଜ ସାବତ,ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜ୍ କିଶୋର ମହାନ୍ତି,ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ସାବତ,ଅକ୍ଷୟ ମହାନ୍ତି,ମୃତ୍ୟୁଞ୍ଜୟ ପlତ୍ର ,ଭଗବାନ ଗୌଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ