୨୦୦୫ ଦଶମ ଶ୍ରେଣୀ ବ୍ୟାଚ୍ ର ପ୍ରଥମ ବନ୍ଧୁ ମିଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠାର ସୁନାମଧନ୍ୟ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୨୦୦୫ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ର ପ୍ରଥମ ବନ୍ଧୁ ମିଳନ ଭଞ୍ଜନଗର ବନ ବିହାର ଠାରେ ଅନୁଷ୍ଠିତ ହୋଇଯାଇଅଛି ।ବହୁ ବର୍ଷ ପରେ ନିଜ ନିଜ ବନ୍ଧୁ ମାନଙ୍କୁ ପାଖରେ ପାଇ ସମସ୍ତ ବ୍ୟାଚ୍ ମ୍ୟାଟ୍ ଅତ୍ୟନ୍ତ ଖୁସୀ ବ୍ୟକ୍ତ କରିଥିଲେ ।ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ବ୍ୟାଚ୍ ତରଫରୁ ଆଗାମୀ ଦିନରେ ବେଲଗୁଣ୍ଠା ଅଞ୍ଚଳରେ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା ହୋଇଥିଲା । ଏ ନେଇ ଏକ କର୍ମକର୍ତ୍ତା କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ବେଲଗୁଣ୍ଠାର ଗଣମାଧ୍ୟମ ପ୍ରତିନିଧି ସରୋଜ ଶତପଥୀ, ଉପସଭାପତି ଭାବେ ସଂଜିବ୍ ପାତ୍ର, ସମ୍ପାଦକ ଭାବେ ଦିନେଶ ପାତ୍ର,ସହ ସମ୍ପାଦକ ଭାବେ ରୋଷନ୍ ପାତ୍ର ମନୋନୀତ ହୋଇଥିବା ବେଳେ ଶ୍ୟାମଳ ସୁବୁଦ୍ଧି କୋଷାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।ସେହିପରି ଆଇନ ପରାମର୍ଶଦାତା ଭାବେ ଲକ୍ଷ୍ମଣ ପ୍ରଧାନ, ମୁଖ୍ୟ ସଚେତକ ଭାବେ ଜିତେନ୍ଦ୍ର ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ରୁପେ କାଳିଆ ସରାବ,ନିତେଷ ପାତ୍ର, ରବିନ୍ଦ୍ର ପ୍ରଧାନ,କୁନା ପାଢ଼ୀ,ମୁନା ସାହୁ, ବିନୋଦ ସାହୁ ଓ ଶୁଭାଶିଷ ସାହୁଙ୍କୁ ଚୟନ କରାଯାଇଥିଲା ।ଏହି କମିଟି ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ନେତୃତ୍ବ ନେବା ପାଇଁ ଶପଥଗ୍ରହଣ କରିଥିଲେ ।ପରମ୍ପରା ଅନୁଯାୟୀ ବନ୍ଧୁ ମାନେ ପରଷ୍ପରକୁ ଉତ୍ତରୀୟ ଦେଇ ଅଭିବାଦନ ଦେଇଥିଲେ । ଏଥିରେ ବ୍ୟାଚ୍ ର ପ୍ରାୟ ୩୧ ଜଣ ବନ୍ଧୁ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ବାହାରେ ଥିବା ବନ୍ଧୁ ମାନଙ୍କୁ ମଧ୍ୟ ଆଗାମୀ ଦିନରେ ସଙ୍ଗଠିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ