କନ୍ଦରପୁର କଲେଜରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆରମ୍ଭ

କଟକ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ଵାରା ” ବିଶ୍ଵ ଓଡ଼ିଆ ସମ୍ମିଳନୀ” ଆୟୋଜନ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ “ନୂଆ – ଓ” ଯୋଜନା ମାଧ୍ୟମରେ ବିଭିନ୍ନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ରାଜ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ “ନୂଆ – ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର କଲେଜରେ ଆରମ୍ଭ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ କନ୍ଦରପୁର କଲେଜର ଓଡ଼ିଆ ବିଭାଗ ଦ୍ଵାରା ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଓଡିଆ ସାହିତ୍ୟ ପଠନ କ୍ଲବ, ଛାତ୍ରଛାତ୍ରୀମାନଙ୍କ ଭିତରେ ଅନ୍ତର୍ନିହିତ ଥିବା ଓଡ଼ିଆ ଭାଷାଜ୍ଞାନ ଉପରେ ଦକ୍ଷତା ତଥା ନିଜର ବିବିଧ ଭାଷା କୌଶଳ ପ୍ରଦର୍ଶନ କରିବା ନିମନ୍ତେ କଲେଜରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। କଲେଜର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଧ୍ୟାପିକା ଅଞ୍ଜଳି ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ କଲେଜ ଅଧ୍ୟକ୍ଷା ପ୍ରାଧ୍ୟାପିକା ପ୍ରଣତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ପ୍ରଶାସନିକ ଅଧିକାରୀ ଡ଼ ସ୍ମିତା ମହାନ୍ତି, ପ୍ରାଧ୍ୟାପକ ଡ଼ ଅଲେଖ ଚନ୍ଦ୍ର ସାହୁ, ଅଧ୍ୟାପିକା ଜ୍ୟୋତିର୍ମୟୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଏହି ଉଦଘାଟନୀ ସମାରୋହକୁ ଅଧ୍ୟାପିକା ସୁଭସ୍ମିତା ସାହୁ ପରିଚାଳନା କରିଥିବାବେଳେ ନୋଡାଲ ଅଫିସର ଅଧ୍ୟାପିକା ବିଶ୍ଵ କଲ୍ୟାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେଉରିଆ, ଅଧ୍ୟାପିକା ଦୀପାଳି ରାଉତ, ଦିବ୍ୟଜ୍ୟୋତି ସାହୁ, ସଂଗ୍ରାମ ବେହେରାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ