ଭଂଜନଗର ବିଜେପି ପକ୍ଷରୁ ନମୋ ନବମତଦାତା ସମ୍ମିଳନୀ ଅନୁଷ୍ଠିତ

ଭଂଜନଗର, (ସନ୍ତୋଷ କୁମାର ଜେନା):ଆଜି ଗଞ୍ଜାମ ଜିଲ୍ଲାର ଭଂଜନଗର ବିଜେପି ପକ୍ଷରୁ ନମୋ ନବମତଦାତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବେଲଗୁଣ୍ଠା ରୋଡ ସ୍ଥିତ ଝଙ୍କରେଇ ମନ୍ଦିର ଠାରେ ନିଜ ଦଳର କାର୍ଯକର୍ତ୍ତା ଙ୍କ ସହ ନୂତନ ଭାବେ ଯୋଡ଼ି ହୋଇଥିବା ଭୋଟର ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏଲ୍ ଇ ଡି ସ୍କ୍ରିନ ଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନବମତଦାତା ଙ୍କ ଉଦ୍ଦ୍ୟେଶ୍ୟରେ ଦେଇଥିବା ଅଭିଭାଷଣ ସମସ୍ତେ ବସି ଶୁଣିଥିଲେ। ପରେ ଭଂଜନଗର ଯୁବମୋର୍ଚ୍ଚା ସଭାପତି ଶିବ ପ୍ରସାଦ ମହାପାତ୍ର ଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲ୍ଲା ଉପସଭାପତି ଆୟୋଧ୍ୟାନଥ ମହାପାତ୍ର, ବରିଷ୍ଠ ନେତା ବିନାୟକ ତ୍ରିପାଠୀ, ମୁଜାଗଡ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ପ୍ରଧାନ, ନୀଳମାଧବ ପାତ୍ର, ସନ୍ତୋଷ ତିଆଡି, ବିଡିପୂର ଯୁବ ମୋର୍ଚ୍ଚା ସଭାପତି ସରୋଜ କାନ୍ତ ଗୌଡ, ଗ୍ୟାଲେରୀ ଯୁବମୋର୍ଚ୍ଚା ସଭାପତି ଉମାକାନ୍ତ ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ। ନୂତନ ଭାବେ ଯୋଡ଼ି ହୋଇଥିବା ଭୋଟର ମାନଙ୍କୁ କି ଭୋଟର ଭାବେ ନେଇ ନିଜ ପ୍ରଥମ ଭୋଟ ମୋଦି ସରକାରଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିବାକୁ ନେତା ମାନେ ମତ ରଖିଥିଲେ। ଭଞ୍ଜନଗର ଯୁବ ମୋର୍ଚ୍ଚା ସଭାପତି ଶିବ ପ୍ରସାଦ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଶେଷରେ ମୁଜାଗଡ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ